Below header

ଉଗ୍ରବାଦୀ ସଂଗଠନ ଏନ୍‌ଏସ୍‌ସିଏନ୍‌ ବିରୋଧରେ ସେନାର ବଡ଼ ଆକ୍ସନ, ଧ୍ୱଂସ କରି ଦେଲେ ଗୁପ୍ତ ଶିବିର

ଭାରତୀୟ ସେନା ଉତ୍ତର-ପୂର୍ବ ଉଗ୍ରବାଦୀ ସଂଗଠନ ଏନ୍‌ଏସ୍‌ସିଏନ୍‌ (national Socialist council of Nagaland) ଶିବିର ଉପରେ ଚଢ଼ାଉ କରିଛି । ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରିଛି । ଏନ୍‌ଏସ୍‌ସିଏନ୍‌ ଦେଶର ଉତ୍ତର-ପୂର୍ବ ଅଞ୍ଚଳର ସବୁଠାରୁ ବଡ଼ ଉଗ୍ରବାଦୀ ସଂଗଠନ । ଏନ୍‌ଏସ୍‌ସିଏନ୍‌ ଏବଂ କେନ୍ଦ୍ର ସରକାରଙ୍କ ଚୁକ୍ତି ଅନୁସାରେ ନାଗା ଉଗ୍ରବାଦୀ ସଙ୍ଗଠନକୁ ନିଜ ଶିବିର ବିଷୟରେ ଭାରତୀୟ ସେନାଙ୍କୁ ସୂଚନା ଦେବାକୁ ପଡେ । କିନ୍ତୁ ଏନ୍‌ଏସ୍‌ସିଏନ୍‌ର ଏହି ଶିବିର ବିଷୟରେ ଭାରତୀୟ ସେନାକୁ କୌଣସି ସୂଚନା ଦିଆଯାଇ ନଥିଲା । ତେବେ ଗୋଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଶିବିର ସମ୍ପର୍କରେ ଜାଣିବାକୁ ପାଇବା ପରେ ଚଢ଼ାଉ କରିଥିଲା ।

ସୂଚନା ଅନୁସାରେ ଉଗ୍ରବାଦୀ ମଣିପୁରର କେକରୁ ନାଗା ଗ୍ରାମରେ କ୍ୟାମ୍ପ କରି ରହୁଥିଲେ ଏବଂ ସ୍ଥାନୀୟ ଲୋକଙ୍କ ଠାରୁ ଜୋର ଜବରଦସ୍ତ ଚାନ୍ଦ ଆଦାୟ କରୁଥିଲେ । ଜୁଲାଇ ୫ ତାରିଖ ରାତିରେ ଯୋଜନା ମୁତାବକ ଅପରେସନ ଆରମ୍ଭ କରାଯାଇଥିଲା ଏବଂ ଉଗ୍ରବାଦୀମାନେ ସେନାର ଯବାନମାନଙ୍କୁ ଦେଖି ଦୌଡ଼ି ପଳାଇ ଯାଇଥିଲେ । ଏହି ମଉକାରେ ଯବାନମାନେ ସେମାନଙ୍କ ଗୁପ୍ତ ଶିବିରରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରିଥିଲେ । ଉଗ୍ରବାଦୀ ସଂଗଠନର ଏକ ସଦସ୍ୟ ଯିଏକି ସାଧା କପଡାରେ ସାଧାରଣ ଲୋକମାନଙ୍କ ମଧ୍ୟରେ ଲୁଚିବାକୁ ଚେଷ୍ଟା କରୁଥିଲା ତାକୁ ମଧ୍ୟ ହେପାଜତରେ ନିଆଯାଇଛି ।
ଏନ୍‌ଏସ୍‌ସିଏନ୍‌ ଉତ୍ତର-ପୂର୍ବାଞ୍ଚଳରେ ହତ୍ୟା, ବେଆଇନ୍‌ ଚାନ୍ଦା ଆଦାୟ ଓ ଦେଶରେ ବିଭେଦ ସୃଷ୍ଟି କଲା ଭଳି କାମରେ ଲିପ୍ତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.