Below header

ଧରାପଡିଲେ ପୋଲିସକୁ ନାକେଦମ୍ କରୁଥିବା ଲୁଟେରା ଗ୍ୟାଙ୍ଗ୍, ମାଷ୍ଟରମାଇଣ୍ଡ ସହ ଅନ୍ୟ ଚୋର ଗିରଫ

ବ୍ରହ୍ମପୁର(କେନ୍ୟୁଜ୍) : ଗତ ଦୁଇ ତିନି ମାସ ଧରି ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳରୁ ଘର ମାନଙ୍କରୁ ଲଗାତର ଭାବେ ଚୋରି ହେଉ ଆସୁଥିବା ଅଭିଯୋଗ ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ତତ୍ତ୍ୱବଧାନରେ ଦୁଇଜଣ ଏସଡିପିଓ ଓ ଚାରୋଟି ଥାନା ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଥିଲେ ।

ornamentsତଦନ୍ତ ବେଳେ ପୋଲିସ ଟିମ ଜାଣିବାକୁ ପାଇଥିଲା ଯେ ସହରର ବିଭିନ୍ନ ଘରୁ ଚୋରି ହେଉଥିବା ବେଳେ ଏହି ଚୋରି ନାବାଳକ ଅର୍ଥାତ ଛୋଟ ପିଲା ମାନେ କରୁଛନ୍ତି। ଏହାକୁ ଭିତ୍ତି କରି ପୋଲିସ ତଦନ୍ତ କରି ତିନି ଜଣ ନାବାଳକୁ ଚିହ୍ନଟ କରିଥିଲା। ପରବର୍ତ୍ତୀ ସମୟରେ ଦୁଇ ଜଣ ନାବାଳକଙ୍କୁ ଧରିବାରେ ସଫଳ ହେବା ସହ ଏମାନଙ୍କୁ ଚୋରିରେ ନିୟୋଜିତ କରୁଥିବା ମାଷ୍ଟର ମାଇଣ୍ଡ ବଡ ବଜାର ଥାନା ଅନ୍ତର୍ଗତ ଗଣେଶ ନଗରର ରବି ମୁଲି। ପୋଲିସ ରବିକୁ ଗିରଫ କରିବା ପରେ ୧୩୫ ଗ୍ରାମ ସୁନା ଅଳଙ୍କାର, ରୂପା, ନଗଦ ଟଙ୍କା ଓ ଏକ ଟିଭି ଉଦ୍ଧାର କରିଛି ପୋଲିସ।

arrest ଆଜି ରବିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଦିଆଯାଇଛି। ସେପଟେ ଏହି ଚୋରି ଘଟଣାରେ ଅନ୍ୟଜଣେ ନାବାଳକ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସହରର ସଦର, ଟାଉନ, ବୈଦ୍ୟନାଥପୁର ଓ ବଡ଼ ବଜାର ଥାନା ଅଞ୍ଚଳରେ ୮ରୁ ଅଧିକା ଘରୁ ଏହି ନାବାଳକ ମାନେ ଘର ମାଲିକ ଅନୁପସ୍ଥିତ ଥିବା ବେଳେ କୌଶଳକ୍ରମେ ଚୋରି କରୁଥିଲେ । ପରେ ଚୋରି ସାମଗ୍ରୀ ଗିରଫ ରବିକୁ ନେଇ ଦେଉଥିଲେ ଓ ତାଠାରୁ ଟଙ୍କା ଆଣୁଥିବା ପୋଲିସ ଦତନ୍ତ ବେଳେ ଜାଣିବାକୁ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.