ରାୟଗଡା : ଜମା କଲେ ଫିସ୍ ହେଲେ ହୋଇପାରିଲାନି ଫର୍ମପୂରଣ, ୧୧ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାରୁ ବଞ୍ଚିତ

ରାୟଗଡା (କେନ୍ୟୁଜ୍) : ଚଳିତ ବର୍ଷ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ୧୧ଜଣ ଛାତ୍ରଛାତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଳକ ପିଣ୍ଡାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ଚଳିତ ବର୍ଷ ସପ୍ଳିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ସ୍କୁଲର ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କୁ ୪ଶହ ଟଙ୍କା ଲେଖାଏ ଦେଇଥିଲେ । ହେଲେ କୌଣସି କାରଣ ବଶତଃ ସଂପୃକ୍ତ ପ୍ରଧାନଶିକ୍ଷକ ଫର୍ମପୂରଣ କରି ନଥିଲେ । ଯାହା ଫଳରେ ଏବେ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ ।

ଆସନ୍ତା ୮ ତାରିଖରେ ପରୀକ୍ଷା ଥିବାରୁ ସେମାନଙ୍କ ଅଭିଯୋଗକୁ ମାଧ୍ୟମିକ ଶିକ୍ଷା ପରିଷଦ କେତେଦୂର ଗ୍ରହଣ କରୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଜି ପର୍ଯ୍ୟନ୍ତ ଆଡମିଟ୍ କାର୍ଡ ସେମାନଙ୍କୁ ମିଳି ନଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.