କେନ୍ଦ୍ରାପଡା : ରାସ୍ତା ଖରାପ ଯୋଗୁଁ ସ୍କୁଲରେ ପଡିଲା ତାଲା

କେନ୍ଦ୍ରାପଡା (କେନ୍ୟୁଜ୍) : ରାସ୍ତା ଖରାପ ଯୋଗୁଁ ସ୍କୁଲରେ ପଡିଲା ତାଲା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ତେରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବିଭାବକ ମାନେ ତାଲା ପକାଇଛନ୍ତି। ସ୍କୁଲକୁ ଯିବା ଆସିବା ପାଇଁ ଥିବା ମୁଖ୍ୟ ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ରହୁଛି । ଫଳରେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ପଦକ୍ଷେପ ନେଉ ନାହାନ୍ତି। ଫଳରେ ବାଧ୍ୟହୋଇ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇ ବାରଣ୍ଡାରେ ବସିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.