Below header

ମହେନ୍ଦ୍ର ସିଂହ ଧୋନି : ଯାହା ପଛରେ ଗୋଡ଼ାଏ ସଫଳତା, ଜାଣନ୍ତୁ ମାହିଙ୍କ ୧୫ଟି କଥା

ଜଣେ ଚମତ୍କାରୀ ଖେଳାଳି । ଜଣେ ଚମତ୍କାରୀ ବ୍ୟକ୍ତିତ୍ୱ। ମାହି, ଏମ୍‌ଏସ୍‌ଡି, ଧୋନି, କ୍ୟାପଟେନ୍‌ କୁଲ୍‌ ଆଦି ନାମରେ ତାଙ୍କୁ ସମସ୍ତେ ଭଲ ପାଆନ୍ତି । ଖୁବ୍‌ କମ୍‌ ଲୋକ ଅଛନ୍ତି ଯିଏ ମାହିଙ୍କୁ ଘୃଣା କରନ୍ତି ଅଥବା ଭଲ ପାଆନ୍ତି ନାହିଁ । ତେବେ ଏତେ ସଂଖ୍ୟକ ଲୋକ ତଥା କ୍ରିକେଟ୍‌ ପ୍ରେମୀ କାହିଁକି ତାଙ୍କୁ ଭଲ ପାଆନ୍ତି ? ଆଜି ୩୮ତମ ଜନ୍ମଦିନରେ ଯଦି ସେକଥା ଚିନ୍ତା କରିବା ତେବେ କିଛି କଥାରେ ନିଶ୍ଚିତ ଭାବେ ସମସ୍ତେ ଏକମତ ହେବେ ।
୧-ଧୋନି ନିଜେ ଜଣେ ବହୁତ ଭଲ ଖେଳାଳି । ଉଭୟ ଦିନିକିଆ, ଟେଷ୍ଟ ଏବଂ ଟି-୨୦ରେ ସେ ଭଲ ରନ୍‌ ସ୍କୋର୍‌ କରିଛନ୍ତି ।
୨-ବ୍ୟାଟିଂ ସାଙ୍ଗକୁ ତାଙ୍କର ଓ୍ଵିକେଟ୍‌ କିପିଂ ମଧ୍ୟ ବହୁତ ବଢ଼ିଆ ।

DHONI-2
୩-ତେବେ ଜଣେ ଅଧିନାୟକ ଭାବେ ଦଳ ପରିଚାଳନ କରିବା ଏବଂ ଠିକଣା ସମୟରେ ଠିକଣା ରଣନୀତି କରି ବିପକ୍ଷ ଦଳକୁ ହରାଇବା ହେଉଛି ତାଙ୍କର ସବୁଠାରୁ ବଡ଼ ଦକ୍ଷତା ।
୪-‘କ୍ୟାପଟେନ୍‌ କୁଲ୍‌’ ଭାବେ ତ ତାଙ୍କୁ ସମସ୍ତେ ଜାଣନ୍ତି । ତେବେ ଏହି ଥଣ୍ଡା ମିଜାଜ୍‌ର ବ୍ୟକ୍ତି ଜଣକ ନିଜର ହାବଭାବରେ ପ୍ରତିପକ୍ଷକୁ ଚକିତ କରିବାର କଳାରେ ବେଶ୍‌ ଧୁରନ୍ଧର ।
୫-ଧୋନି ପଡ଼ିଆରେ ଖେଳୁଥିବା ବେଳେ ଆଦୌ ବିଚଳିତ ହୁଅନ୍ତି ନାହିଁ କି ଅତି ଖୁସି, ଦୁଃଖୀ କିମ୍ବା କ୍ରୋଧ ଦେଖାନ୍ତି ନାହିଁ । ଯାହାଫଳରେ ତାଙ୍କ ଉପରେ ଚାପ ରହିଛି ବୋଲି ପ୍ରତିପକ୍ଷ ଦଳର ଅଧିନାୟକ କିମ୍ବା ଖେଳାଳି ମଧ୍ୟ ଠଉରାଇ ପାରନ୍ତି ନାହିଁ ।
୬-ମୁହଁର ଭାବରେ କୌଣସି ପରିବର୍ତ୍ତନ କରୁନଥିବାରୁ ଧୋନିଙ୍କ ରଣନୀତି ଆଗକୁ କଣ ହେବ ତାହା ମଧ୍ୟ ଜାଣି ପାରନ୍ତି ନାହିଁ ବିପକ୍ଷ ଦଳ ।
୭-ସେ ଜଣେ ଏମିତି ସଫଳ ଅଧିନାୟକ, ଯାହା ଅଧୀନରେ ରହିଛି ୬ଟି ବୃହତ୍‌ ଟ୍ରଫି । ଗୋଟିଏ ଦିନିକିଆ ବିଶ୍ୱକପ୍‌ ଟ୍ରଫି (୨୦୧୧) ଓ ଆଉ ଦୁଇଟି ହେଉଛି ଆଇସିସି ଚାମ୍ପିନ୍ସ ଟ୍ରଫି (୨୦୧୩) ଏବଂ ଟି-୨୦ ଟ୍ରଫି (୨୦୦୭) ।
୮-ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସକୁ ଧୋନି ତିନିଥର ଚାମ୍ପିଅନ୍‌ କରାଇ ଟ୍ରଫି ଦେଇଛନ୍ତି ।
୮-ଆନ୍ତର୍ଜାତିକ କ୍ରିକେଟ୍‌ରେ ଧୋନି ହେଉଛନ୍ତି ସବୁଠାରୁ ଅଧିକ ଷ୍ଟମ୍ପିଂ କରିଥିବା ଓ୍ଵିକେଟ୍‌ କିପର୍‌ । ସେ ଟେଷ୍ଟରେ ୩୮ଟି, ଦିନିକିଆରେ ୧୨୨ ଏବଂ ଟି-୨୦ରେ ୩୩ଟି ଷ୍ଟମ୍ପିଂ କରିଛନ୍ତି ।

DHONI-3
୯- ଭାରତର ସବୁଠାରୁ ସଫଳ ଓ୍ଵିକେଟ୍‌ କିପର ଭାବେ ଧୋନି ଟେଷ୍ଟ କ୍ରିକେଟ୍‌ରେ ୨୯୪ଟି କ୍ୟାଚ୍‌ ଓ ଷ୍ଟମ୍ପିଂ କରିଥିବା ବେଳେ ଦିନିକିଆରେ ୩୯୪ ଓ ଟି-୨୦ରେ ୮୭ଟି ଶିକାର କରିଛନ୍ତି ।
୧୦-ଧୋନି ମୋଟ୍‌ ୩୩୨ଟି ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତର ଅଧିନାୟକ ହୋଇଛନ୍ତି । ସେଥିମଧ୍ୟରେ ରହିଛି ୬୦ଟି ଟେଷ୍ଟ, ୨୦୦ ଦିନିକିଆ ଏବଂ ୭୨ଟି ଟି-୨୦ ମ୍ୟାଚ୍‌ । ଏପର୍ଯ୍ୟନ୍ତ ମୋଟ୍‌ ୫୩୭ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି ।
୧୨-ବିଶ୍ୱ କ୍ରିକେଟ୍‌ରେ ଶ୍ରେଷ୍ଠ ମ୍ୟାଚ୍‌ ଫିନିସର ହେଉଛନ୍ତି ଧୋନି । ସେ ଦିନିକିଆ ଆନ୍ତର୍ଜାତିକରେ ସର୍ବାଧିକ ୭୮ଥର ଅପରାଜିତ ରହି ଅନେକଥର ଦଳକୁ ଜିତାଛନ୍ତି ।
୧୩-୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ରେ ଧୋନି ବିଜୟ ସୂଚକ ଛକା ମାରି ଦଳକୁ ଚାମ୍ପିଅନ୍‌ କରାଇଥିଲେ । ସେ ଛକା ମାରିଥିବା ବ୍ୟାଟ୍‌ଟି ପରେ ୧ ଲକ୍ଷ ପାଉଣ୍ଡ ବା ୮୫ ଲକ୍ଷ ୭୧ ହଜାର ଟଙ୍କାରେ ନିଲାମ ହୋଇଥିଲା । ଯାହା ବିଶ୍ୱରେ ସବୁଠାରୁ ମହଙ୍ଗା ବ୍ୟାଟ୍‌ ହୋଇ ରହିଛି ।
୧୪-ଜଣେ ଓ୍ଵିକେଟ୍‌ କିପର ଭାବେ ସର୍ବାଧିକ ବୋଲିଂ କରିଛନ୍ତି ଧୋନି । ସେ ଉଭୟ ଟେଷ୍ଟ ଓ ଦିନିକିଆରେ ୨୨ ଓଭର ବୋଲିଂ କରିଛନ୍ତି ।
୧୫-୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ହୋଇଥିଲେ ମହେନ୍ଦ୍ର ସିଂହ ଧୋନି ।

DHONI BIRTH DAY-1

ଧୋନି ଆଜି ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜୀବାଙ୍କ ସହିତ ଜନ୍ମଦିନ ମନେଇଛନ୍ତି । ଦେଖନ୍ତୁ ଝିଅ

ଜୀବା ସହ ଧୋନିଙ୍କ ଡ୍ୟାନ୍ସର ଭିଡିଓ । ଯାହାକୁ ସେ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ।

 

 

View this post on Instagram

 

A post shared by ZIVA SINGH DHONI (@ziva_singh_dhoni) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.