Below header

ଆଶ୍ଚର୍ଯ୍ଯ . . . ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି

ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ ପେଟରୁ ଏହି ସବୁ ସାମଗ୍ରୀକୁ ଡାକ୍ତରମାନେ ବାହାର କରିଛନ୍ତି। ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଏସବୁ ଖାଉଥିବାର ଅନୁମାନ କରାଯାଉଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ୪୫ ବର୍ଷୀୟା ସଙ୍ଗୀତା ଆକ୍ୟୁଫେଜିଆ ରୋଗରେ ପୀଡିତ । ଯାହାର ପ୍ରଭାବରେ ଏସବୁ ସାମଗ୍ରୀ ଖାଉଥିଲେ । ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବାରୁ ସଙ୍ଗୀତାଙ୍କ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଃଶ୍ବାସ ପ୍ରଶ୍ବାସରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲେ।

ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ପ୍ରଥମେ ଏକ୍ସରେ କରାଯାଇଥିଲା । ରିପୋର୍ଟରେ ଅନେକ ଅଦରକାରୀ ସାମଗ୍ରୀ ତାଙ୍କ ପେଟରେ ଥିବା ଜଣାପଡ଼ିଥିଲା । ଏହାପରେ ଅପରେସନରେ ପେଟରୁ ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି ଏବଂ ଚେନ୍ ଆଦି ସାମଗ୍ରୀ ବାହାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.