ଅବକାରୀ କର୍ମଚାରୀଙ୍କୁ ମାଡ ମାରି ଅଭିଯୁକ୍ତଙ୍କୁ ଛଡାଇନେଲେ ଲୋକେ

ବାଲେଶ୍ୱର(କେନ୍ଯୁଜ୍) : ଅବକାରୀ କର୍ମଚାରୀଙ୍କୁ ମାଡ ମାରି ଅଭିଯୁକ୍ତଙ୍କୁ ଛଡାଇନେଲେ। ଏହାସହ ଅବକାରୀ ଗାଡି ଭଙ୍ଗାରୁଜା କରିଛନ୍ତି। ବାଲେଶ୍ୱର ରୁପସା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ବସ୍ତା ଅବକାରୀ ଉପନିରୀକ୍ଷକଙ୍କ ୭ ଜଣିଆ ଟିମ୍‌ ରୁପସାର ମିରିଗିମୁଣ୍ଡି ଓ ବରହପୁର ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଥିଲେ। ଏହା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ଧରି ଫେରିବା ସମୟରେ କସିପଦା ମାଛ ମାର୍କେଟରେ ଅତର୍କିତ ଭାବେ ୧୦ ରୁ ୧୨ ଜଣ ଆସି ଅବକାରୀ ଗାଡ଼ିକୁ ଟେକା ପଥର ମାରିବା ସହ ଠେଙ୍ଗାରେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଜଣେ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି । ୨ ଅଭିଯୁକ୍ତଙ୍କ ସହ ଜବତ ମଦ ମଧ୍ୟ ନେଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.