Below header

ସାପ ଭର୍ତ୍ତି ନଦୀରେ ଫସିଥିବା ବ୍ୟକ୍ତିକୁ ସାହାଯ୍ୟର ହାତ ବଢ଼ାଇଲା ଓରାଙ୍ଗଓଟାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ମଣିଷ ଓ ପଶୁଙ୍କ ମଧ୍ୟରେ ବନ୍ଧୁତା ତ ଆମେ ଅନେକ ଥର ଦେଖିଛେ କିନ୍ତୁ ଏବେ ଏକ ଏମିତି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଏକ ପଶୁ ଏକ ମଣିଷକୁ ସାହାଯ୍ୟର ହାତ ବଢ଼ାଇଥିବା ଦେଖାଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ମଶିଷ-ପଶୁଙ୍କ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଏକ ଓରାଙ୍ଗଓଟାନ୍‌ ସାପରେ ଭର୍ତ୍ତି ହୋଇଥିବା ଏକ ନଦୀରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ଦେଖାଯାଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଫଟୋଟି ବୋର୍ଣ୍ଣିଓର ଏକ ସଂରକ୍ଷିତ ଜଙ୍ଗଲର। ସେଠାରେ ବାସ କରୁଥିବା ଏକ ଓରାଙ୍ଗଓଟାନ୍‌ ସାପ ଭର୍ତ୍ତି ହୋଇଥିବା ଏକ ନଦୀରେ ଫସିଥିବା ବ୍ୟକ୍ତିକୁ ସାହାଯ୍ୟ କରିବାକୁ ହାତ ବଢ଼ାଉଥିବା ଦେଖାଯାଇଛି। ହୃଦୟକୁ ଛୁଇଁ ଯିବା ଭଳି ଏହି ଫଟୋକୁ ଫଟୋଗ୍ରାଫର ଅନୀଲ ପ୍ରଭାକର ଉଠାଇଛନ୍ତି। ସାଙ୍ଗମାନଙ୍କ ସହ ସଫାରୀ ବୁଲିବାକୁ ଯାଇଥିବା ବେଳେ ସେ ଏହି ଫଟୋ ଉଠାଇଥିବା କହିଛନ୍ତି।

Image result for orangutan

ଅନୀଲ କହିଛନ୍ତି ଯେ ଜଙ୍ଗଲର ସେହି ସ୍ଥାନରେ ପ୍ରବଳ ସାପ ଥିବା ଖବର ପାଇ ଓ୍ଵାଡେନ୍‌ ସେଠାକୁ ସାପଙ୍କୁ ହଟାଇବାକୁ ଆସିଥିଲେ, କିନ୍ତୁ ସେଠାରେ ଫସିଯାଇଥିଲେ। ଏହା ଦେଖି ଏକ ଓରାଙ୍ଗଓଟାନ୍‌ ତାଙ୍କ ନିକଟକୁ ଆସି ସାହାଯ୍ୟର ହାତ ବଢ଼ାଇଥିଲା। ସେ ଏହି ମୁହୂର୍ତ୍ତର ଫଟୋକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ।

ସୂଚନାଯୋଗ୍ୟ ଯେ ୧୯୯୧ ମସିହାରେ ବୋର୍ଣ୍ଣିଓ ଓରାଙ୍ଗଓଟାନ୍‌ ସର୍ଭାବଲ ଫାଉଣ୍ଡେସନ୍‌ ଇଣ୍ଡୋନେସିଆରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରାୟ ୬୫୦ଟି ଓରାଙ୍ଗଓଟାନ୍‌ଙ୍କ ଯତ୍ନ ନେବାକୁ ୪୫୦ ଜଣ ବ୍ୟକ୍ତି କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.