Below header

ଦିଲ୍ଲୀ ପୋଲିସ୍‌ର ସାମାଜ କଲ୍ୟାଣ କାର୍ଯ୍ୟ, ଅପରାଧୀଙ୍କୁ ସୁଧାରିବା ପାଇଁ ଅଭିନବ ଯୋଜନା

କେନ୍ୟୁଜ ଓଡିଶା : ରବିବାର ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା କହିଛନ୍ତି କି ଦିଲ୍ଲୀରେ ପ୍ରତିବର୍ଷ ୨ଲକ୍ଷ ଲୋକଙ୍କୁ ଗିରଫ କରାଯାଏ । ଏମାନଙ୍କ ମଧ୍ୟରେ ୮୫ପ୍ରତିଶତ ଏମିତି କି ଯେଉଁମାନେ ପ୍ରଥମ ଥର ଅପରାଧ ଘଟାଉଛନ୍ତି । କମ୍ୟୁନିଟି ପୁଲିସିଂ କାର୍ଯ୍ୟକ୍ରମ ଅନ୍ନାଟିରେ ଅସ୍ଥାନା ଭାଷଣ ଦେଉଥିଲେ । ସେ କହିଛନ୍ତି ଯେ ଅପରାଧରେ ଧରାପଡିଥିବା ପିଲାମାନଙ୍କୁ ମୁଖ୍ୟସ୍ରାତକୁ ଫେରାଇଆଣିବା ପାଇଁ ଏକ ପ୍ଲାଟଫର୍ମ ରହିଛି ଯାହାର ନାମ ଉନ୍ନାଟି । ଉନ୍ନାଟିର ମୂଳ ଉଦ୍ଦେଶ୍ୟ ସେମାନଙ୍କୁ ସୁଧାରିବା । ଏକ ଘରୋଇ ସହଭାଗୀତା ସହିତ ଏହା କରାଯାଉଛି । ୭୦୦୦ରୁ ଅଧିକ ଲୋକଙ୍କୁ ତାଲିମ ଦିଆଯାଇ ମୁଖ୍ୟସ୍ରୋତକୁ ଫେରାଇ ନିଆଯାଇଛି । ଏହି ପଦକ୍ଷେପ ଅଧିନରେ ସେମାନଙ୍କୁ ତାଲିମ ଏବଂ ରୋଜଗାର ଯୋଗାଇ ଦିଆଯାଉଛି ।

ଆସ୍ଥାନା ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ପ୍ରଥମଥର ଅପରାଧ ଘଟାଉଛନ୍ତି ସେମାନଙ୍କୁ ଧରାଯିବା ପୋଲିସର ଦାୟିତ୍ୱ । ଯାହା ଦ୍ୱାରା ଆମେ ସମାଜରେ ଅପରାଧକୁ ରୋକିପାରିବା । ସେ କହିଛନ୍ତି ଯେ ପୂର୍ବରୁ ରେସ୍ପନ୍ସ ସମୟ ୭ମିନିଟ ଥିଲା କିନ୍ତୁ ଏବେ ଏହାକୁ ୩ମିନିଟକୁ ହ୍ରାସ କରାଯାଇଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ଆମେ ସମସ୍ତେ କାର୍ଯ୍ୟ କରୁଛୁ । ପିସିଆର ଭ୍ୟାନ ଏବଂ ପୋଲିସର ଆସିବା ଆମକୁ ପାଟ୍ରୋଲିଂ କରିବାରେ ବେଶୀ ସାହାଯ୍ୟ କରିଛି ।

ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ରବିବାର ଦିନ ଦକ୍ଷିଣ ପଶ୍ଚିମ ଜିଲ୍ଲା ଦ୍ୱାରା ଦିଲ୍ଲୀ ପୋଲିସର ଏକ ଇ ଲର୍ଣ୍ଣିଂ ପଦକ୍ଷେପ ଆରମ୍ଭ କରି ସମାଜର ଦୁର୍ବଳ ବର୍ଗର ଯୁବକମାନଙ୍କୁ ଶିକ୍ଷା ଦେବା ସହ ସ୍କୁଲ ଡ୍ରପଆଉଟ ମାନଙ୍କୁ କୌଶଳ ତାଲିମ ପ୍ରଦାନ କରିଛନ୍ତି । ଦିଲ୍ଲୀ ପୋଲିସର ପ୍ରମୁଖ ଯୋଜନା ୟୁବା ଅଧିନରେ ଥିବା ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ଅଡିଟୋରିୟମରେ ଇ ଲର୍ଣ୍ଣି ପ୍ଲାଟଫର୍ମ ଅନ୍ନାଟି ଉନ୍ମୋଚିତ ହୋଇଥିଲା ।

ଅଧିକାରୀମାନେ କହିଛନ୍ତି ଯେ ୟୁବାର ଉଦ୍ଦେଶ୍ୟ ହେଉଛି ଯୁବକମାନକ୍‌ୁ ବିଶେଷକରି ସମାଜର ଦୁର୍ବଳ ବର୍ଗର ତଥା ସ୍କୁଲ ଡ୍ରପଆଉଟ ମାନଙ୍କର ସୁରକ୍ଷିତ ଭବିଷ୍ୟତ ସ୍ୱପ୍ନକୁ ସାକାର କରିବା ପାଇଁ ଶିକ୍ଷା ଏବଂ ଦକ୍ଷତା ହାସଲ କରିବା । ସେ କହିଛନ୍ତି ଯେ ଇଲର୍ଣ୍ଣି ପ୍ଲାଟଫର୍ମ ମାଧ୍ୟମରେ ଏହି ଯୁବକମାନେ ନାମ ଲେଖାଇବା ଏବଂ ନିଜ ପସନ୍ଦର କାର୍ଯ୍ୟକ୍ରମ ବାଛିବା ପାଇଁ ଉତ୍ସାହିତ ହେବେ ।ଅନ୍ନାଟି ପୋର୍ଟାଲର ଡିଜାଇନ ଅତ୍ୟନ୍ତ ସରଳ । ଘରେ ଥାଇ ଅନଲାଇନରେ ନିଜ ଲାପଟପ ମୋବାଇଲ ମାଧ୍ୟମରେ କୌଣସି ବି ସ୍ଥାନରୁ ନେଇପାରିବେ ପ୍ରଶିକ୍ଷଣ । ପ୍ଲାଟଫର୍ମ ତାଲିମ, ପରାମର୍ଶ ଏବଂ ସ୍ଥାନିତ କରିଥାଏ । ତେବେ ଯଦି କୌଣସି କ୍ଲାସ ମିସ ହୁଏ ଏହାର ଲାଇଭ ଅଧିବେଶନର ରେକର୍ଡିଂ ମଧ୍ୟ ଅନଲାଇନରେ ଉପଲବ୍ଧ ଅଟେ ।

ଦିଲ୍ଲୀ ପୋଲିସ ପିଆରଓ ଚିନ୍ମୟ ବିଶ୍ୱାଳ କହିଛନ୍ତି କି ଏହି ପାଠ୍ୟକ୍ରମରେ ସଫଳତା ପରେ ସାର୍ଟିଫିକେଟ ପ୍ରଦାନ କରାଯିବ । ଯାହା ସେମାନଙ୍କୁ ପ୍ଲେସମେଣ୍ଟ ପାଇବାରେ ସାହଯ୍ୟ କରିବ । ତା ସହ ଏଥିରେ ବେସିକ କମ୍ପୁଟର ଶିକ୍ଷା, ଟାଇପିଂ, ତାଲିମ, ପ୍ରତିଯୋଗିତା ମୂଳକ ପରୀକ୍ଷା ଓ କ୍ରୀଡା ପାଠ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ । ଏହାର ଅନ୍ନାଟି ପ୍ଲେସମେଣ୍ଟ ସେଲ ମଧ୍ୟ୍ୟ ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ଦିଲ୍ଲୀ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.