Below header

ସ୍ପେନରେ ମିଳିଲା ଡାଇନେସୋର ୩୦ଟି ଅଣ୍ଡା , ପୁଣି ଦୁନିଆକୁ ଫେରିବେ କି ଡାଇନେସୋର ?

ଦିନ ଥିଲା ଆଜିଠାରୁ ପ୍ରାୟ କୋଟି ବର୍ଷ ପୂର୍ବରୁ ମଣିଷ ରହୁଥିବା ଦୁନିଆରେ ହିଁ ରାଜ କରୁଥିଲେ ଡାଇନେସୋର । ହେଲେ ପରେ ଲୋପ ପାଇଗଲା ଏହି ବିଶାଳକାୟ ଜୀବଙ୍କର ବଂଶ । ହେଲେ ବର୍ତ୍ତମାନ ଡାଇନୋସର କାହାଣୀ କେବଳ ଚଳଚ୍ଚିତ୍ର ଏବଂ ବହିରେ ହିଁ ଦେଖିବାକୁ ମିଳୁଛି ଓ ଶୁଣିବାକୁ ମିଳୁଛି | ଡାଇନୋସର ବଂଶର ଶେଷ ବହୁ ବର୍ଷ ପୂର୍ବରୁ ହିଁ ହେଲାଣି, କିନ୍ତୁ ବୈଜ୍ଞାନିକମାନେ ସମୟ ସମୟରେ ଏହି ଜୀବ ବିଷୟରେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଉଛନ୍ତି ତେବେ ୟାରି ଭିତରେ ପୃଥିବୀରେ ବିଶାଳ ଡାଇନୋସରର ଅସ୍ତିତ୍ୱ ସହିତ ଜଡିତ ଆଉ ଏକ କଥା ସାମ୍ନାକୁ ଆସିଛି |

eggs
Picture Credit – Firstpost

କିଛି ଦିନ ପୂର୍ବରୁ ହିଁ ଆର୍ଜେଣ୍ଟିନା ରେ ମିଳିଥିଲା ପ୍ରାୟ ୧୦୦ ଟି ଅଣ୍ଡା । କିନ୍ତୁ ଏହାପରେ ବର୍ତ୍ତମାନ ୟୁରୋପର ସ୍ପେନରେ ଦେଖିବାକୁ ମିଳିଛି ଡାଇନୋସୋର ର ୩୦ଟି ବିଶାଳକାୟ ଅଣ୍ଡା । ଡାଇ ନୋସର ବସାରୁ ୩୦ ଅଣ୍ଡାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏହି ଅଣ୍ଡାକୁ ଦେଖିଥିବା ଉଦ୍ଧାର କରିଥିବା ଲୋକେ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ପ୍ରତ୍ନତତ୍ତ୍ୱବିତ୍ମାନେ ଉତ୍ତର ସ୍ପେନର ଲୋଆରେ ନଗରରେ ଥିବା ଏକ କିଲା ଖନନ ସ୍ଥାନରୁ ଦୁଇ ଟନ୍ ପଥର ତଳୁ ଏହି ଅଣ୍ଡା ପାଇଥିଲେ । ରିପୋର୍ଟ ଅନୁଯାୟୀ ଏହି ଅଣ୍ଡା ସେପ୍ଟେମ୍ବେର ମାସରେ ମିଳିଥିଲା କିନ୍ତୁ ଏହାର ଖୁଲାସା ଏବେ କରାଗଲା ।

ଡାଇନୋସୋର ର ୩୦ ଅଣ୍ଡା ମିଳିବା ପରେ ପ୍ରତ୍ନତ୍ତ୍ୱବିତମାନେ କହିଛନ୍ତି ଯେ ଏବେ ଆହୁରି ୭୦ ଟି ଅଣ୍ଡା ହୁଏତ ପଥର ତଳେ ଥାଇପାରେ । କିଛି ଡାଇନୋସୋର ପ୍ରଜାତିଙ୍କ ଗଳା ଅଧିକ ଲମ୍ବା ହୋଇଥାଏ ଯାହାପାଇଁ ତାଙ୍କ ଛୁଆମାନେ ମଧ୍ୟ ଅଣ୍ଡା ଭିତରେ ମୁଣ୍ଡକୁ ଗୁଡାଇ ହୋଇ ରହିଥାଆନ୍ତି । ତେବେ ଏହି ଲମ୍ବା ଗଳା ଥିବା ଜୀବ ପ୍ରାୟ ୬.୬ କୋଟି ବର୍ଷରୁ ଶେଷ ହୋଇସାରିଛନ୍ତି । ତେବେ ଅନୁସନ୍ଧାନରୁ ଜଣା ପଡିଥିଲା ଯେ ଏହି ପ୍ରଜାତି ହେଉଛନ୍ତି ଡାଇନୋସର ର ପ୍ରଜାତି ଯାହାଙ୍କୁ ଟାଇଟନୋସର କୁହାଯାଏ । ଏମାନଙ୍କ ଗଳା ଅଧିକ ଲମ୍ବା ଥାଏ ,ତା ସହିତ ଏମାନଙ୍କ ପୁଞ୍ଛ ବା ଲାଞ୍ଜର ଲମ୍ବ ମଧ୍ୟ ପ୍ରାୟ ୬୬ ଫୁଟ ହୋଇଥାଏ ।

Dinosaur egg
Picture Credit -Gaston Design

ତେବେ ଏହି ଖନନ ନୋଭା ୟୁନିଭରସିଟି ଅଫଜାରାଗୋଜାର ଜୀବାଷ୍ମ ବୈଜ୍ଞାନିକଙ୍କ ଟିମ ନୋଭା ୟୁନିଭରସିଟି ଲିବ୍ସନ ସହିତ ମିଶି ଏହି ଖନନ କରାଇଥିଲେ । ନୋଭା ବିଶ୍ୱବିଦ୍ୟାଳୟ ସହିତ ଜଡିତ ମୋରେନୋ ଅଜାନଜାଙ୍କ ଅନୁଯାୟୀ, ପଥରରୁ ପ୍ରାୟ ୩୦ଟି ଅଣ୍ଡା ମିଳିଛି। ମୋରେନୋ ଅଜାନଜା କହିଛନ୍ତି ଯେ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଡାଇନୋସୋରଙ୍କର ଏହି ବିଶାଳ ଅଣ୍ଡାର ବସାକୁ ମାଟି ତଳୁ କାଢିବା । ତେବେ ମାଟିତଳେ ପୋତି ହୋଇରହିଥିବା ଏହି ଅଣ୍ଡାଗୁଡିକର ଓଜନ ଥିଲା ୨ ଟନ । ଆଞ୍ଜାଜା ଏହା ମଧ୍ୟ କହିଛନ୍ତି ଯେ ପାଖାପାଖି ୫ ଜଣିଅଆ ଏକ ଦଳ ମିଶି ୫୦ ଦିନ ହେବ ଲଗାତାର ୮ ଘଣ୍ଟା ଏହି ସ୍ଥାନକୁ ଖୋଳିଥିଲେ । ଏହା ପରେ ଯାଇ ଡାଇନୋସୋର ବସାକୁ କଢାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ବିଶାଳକାୟ ଚଟାଣ ବାହାରକରିବା ଅତି କଷ୍ଟଦାୟକ ଥିଲା । ଏହି ଅଣ୍ଡାଗୁଡିକ ଏବେ ଜୀବାଷ୍ମ ହୋଇଯାଇଛି ।

Eggs
Picture Credit – pixels

ତେବେ ମାଟି ତଳୁ ଉଦ୍ଧାର ହୋଇଥିବା ଏହି ଅଣ୍ଡାଗୁଡିକୁ ବର୍ତ୍ତମାନ ଓୟାରହାଉସରେ ରଖାଯାଇଛି । ଏହା ପରେ ମ୍ୟୁଜିୟମରେ ରଖାଯିବ , ଫଳରେ ମ୍ୟୁଜିୟମକୁ ଭ୍ରମଣ କରିବା ପାଇଁ ଆସୁଥିବା ଲୋକମାନେ ଏହି ବିଶାଳରାୟ ଓ ବିଶ୍ମୟ ଜୀବର ଅଣ୍ଡାକୁ ଦେଖିବା ସହିତ ଏହା ଜୀବାଷ୍ମ କିପରି ହେଲା ତାହା ମଧ୍ୟ ଜାଣିପାରିବେ।ଏମିତି ଏକା ସାଙ୍ଗରେ ଅଣ୍ଡା ମିଳିଥିବାରୁ କୁହାଯାଉଛି ଯେ ଡାଇନେସୋର ଏକା ସାଙ୍ଗରେ ହିଁ ରହୁଥିଲେ । ତେବେ ହୁଏତ ଏମାନଙ୍କ ବଂଶ ବା ଅଣ୍ଡା ଆଉ କେଉଁ ସ୍ଥାନରେ ମଧ୍ୟ ଥାଇପାରେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.