Below header

ଚରମ ସଂକଟରେ ପାକିସ୍ତାନ, ଅତ୍ୟାବଶ୍ୟକ ଔଷଧ ନଥିବାରୁ ହେଉନି ଅପରେସନ

ଆର୍ଥିକ ସଂକଟ ଭିତରେ ଦିନକୁ ଦିନ ଡୁବି ଯାଉଛି ପାକିସ୍ତାନ । ସ୍ୱାସ୍ଥ୍ୟ ସେବା ଉପରେ ପଡ଼ିଛି ପ୍ରଭାବ । ହସ୍ପିଟାଲ ଗୁଡ଼ିକରେ ଜରୁରୀ ଔଷଧ ସରିଗଲାଣି। ବୈଦେଶିକ ମୁଦ୍ରା ସରିଯିବାରୁ ବାହାରୁ ଔଷଧ ମଗାଇ ପାରୁନି ପାକିସ୍ତାନ । କଞ୍ଚାମାଲା ଆସିପାରୁନଥିବାରୁ ଦେଶର ଔଷଧ ନିର୍ମାତା କମ୍ପାନୀମାନେ ବି ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ହସ୍ପିଟାଲରେ ଆଉ ଅତ୍ୟାବଶ୍ୟକ ଔଷଧ ନାହିଁ। ଡିସପ୍ରିନ ସରିଗଲାଣି। ଇନସୁଲିନ୍‌ ନାହିଁ । ଡାକ୍ତରମାନେ ଅପରେସନ କମ କରିଦେଲେଣି ।

ନୂଆଦିଲ୍ଲୀ : ଆର୍ଥିକ ସଂକଟ ଭିତରେ ଦିନକୁ ଦିନ ଡୁବି ଯାଉଛି ପାକିସ୍ତାନ । ସ୍ୱାସ୍ଥ୍ୟ ସେବା ଉପରେ ପଡ଼ିଛି ପ୍ରଭାବ । ହସ୍ପିଟାଲ ଗୁଡ଼ିକରେ ଜରୁରୀ ଔଷଧ ସରିଗଲାଣି। ବୈଦେଶିକ ମୁଦ୍ରା ସରିଯିବାରୁ ବାହାରୁ ଔଷଧ ମଗାଇ ପାରୁନି ପାକିସ୍ତାନ । କଞ୍ଚାମାଲା ଆସିପାରୁନଥିବାରୁ ଦେଶର ଔଷଧ ନିର୍ମାତା କମ୍ପାନୀମାନେ ବି ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ହସ୍ପିଟାଲରେ ଆଉ ଅତ୍ୟାବଶ୍ୟକ ଔଷଧ ନାହିଁ। ଡିସପ୍ରିନ ସରିଗଲାଣି। ଇନସୁଲିନ୍‌ ନାହିଁ ।

ବ୍ରୁଫେନ, କାଲପୋଲ, ଟେଗରାଲ, ନିମେସୁଲାଇଡ, ହେପାମେର୍ଜ, ବୁସକୋପାନ ଆଦି ଔଷଧର ଘୋର ସଂକଟ । ବଡ଼ ଅପରେସନ ପାଇଁ ଆବଶ୍ୟକ ଅନେସ୍ଥେସିଆ ନାହିଁ । ଡାକ୍ତରମାନେ ଅପରେସନ କମ କରିଦେଲେଣି । ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ପାଇଁ ବାହାର ଦେଶ ଉପରେ ୯୫ ପ୍ରତିଶତ ନିର୍ଭର କରିଥାଏ ପାକିସ୍ତାନ । ବିଶେଷ କରି ଚୀନ ଓ ଭାରତରୁ ଯାଇଥାଏ ଅଧିକ କଞ୍ଚାମାଲ। ବୈଦେଶିକ ମୁଦ୍ରା ଅଭାବରୁ ଯାଇପାରୁନି କଞ୍ଚାମାଲ ।

ଏଥିରେ ସରକାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି ପାକିସ୍ତାନ ମେଡିକାଲ ଆସୋସିଏନ। ଏଭି ଅବସ୍ଥା ଲାଗି ରହିଲେ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ଚିକିତ୍ସା କ୍ଷେତ୍ର। ସେପଟେ ଋଣ ପାଇଁ IMFକୁ ସନ୍ତୁଷ୍ଟ କରିବାକୁ ଶେଷ ଉଦ୍ୟମ କରିଛି ପାକିସ୍ତାନ । ୧୯ ପ୍ରତିଶତ ସୁଧରେ ଋଣ ଆଣିବାକୁ ରାଜି ହୋଇଛି। ଏହା ପାକିସ୍ତାନର ପୂର୍ବ ରେକର୍ଡ ଠାରୁ ସାମାନ୍ୟ କମ। ୧୯୯୬ରେ ୧୯.୫ ପ୍ରତିଶତ ସୁଧରେ ଋଣ କରିଥିଲା ପାକିସ୍ତାନ ।

ତେବେ ବର୍ତ୍ତମାନ ୧୭ ପ୍ରତିଶତ ସୁଧ ଦେଉଛି। ୧୯ ପ୍ରତିଶତ ସୁଧରେ ୧.୧ ବିଲିଅନ ଡଲାର ଋଣ ପାଇଁ IMF ସହ ଆଲୋଚନା କରୁଛି ପାକିସ୍ତାନ। ଆର୍ଥିକ ସଂକଟର ଅକ୍ଟୋପସ ଭିତରେ ଛନ୍ଦି ହୋଇ ଯାଇଛି ଭାରତର ଏହି ପଡ଼ୋଶୀ ରାଷ୍ଟ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.