Below header

ଶେଷ ହେଲା ଗିରଫ ଡ୍ରାମା, ଘରକୁ ଫେରିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଜେଲରୁ ଖଲାସ ହେବା ପରେ ପାକିସ୍ତାନ ର୍ପୂବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସୁରକ୍ଷିତ ଭାବେ ଲାହୋର ସ୍ଥିତ ନିଜ ଘରକୁ ଫେରିଛନ୍ତି । ଇମ୍ରାନଙ୍କ ଗିରଫ ପରେ ତାଙ୍କର ସମର୍ଥକଙ୍କ ପକ୍ଷରୁ ଦେଶସାରା ଆନ୍ଦୋଳନ ଓ ହିଂସା ଜାରି ହୋଇଥିଲା । କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଇସଲାମବାଦ ସ୍ଥିତ କୋର୍ଟ ହାଉସରେ କିଛି ସମୟ କାଟିବା ପରେ ତାଙ୍କର ଆଇନ ଟିମଙ୍କ ସୁରକ୍ଷାରେ ଘରକୁ ଫେରିଛନ୍ତି ।

ଇସଲାମବାଦ : ଜେଲରୁ ଖଲାସ ହେବା ପରେ ପାକିସ୍ତାନ ର୍ପୂବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସୁରକ୍ଷିତ ଭାବେ ଲାହୋର ସ୍ଥିତ ନିଜ ଘରକୁ ଫେରିଛନ୍ତି । ଇମ୍ରାନଙ୍କ ଗିରଫ ପରେ ତାଙ୍କର ସମର୍ଥକଙ୍କ ପକ୍ଷରୁ ଦେଶସାରା ଆନ୍ଦୋଳନ ଓ ହିଂସା ଜାରି ହୋଇଥିଲା । କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଇସଲାମବାଦ ସ୍ଥିତ କୋର୍ଟ ହାଉସରେ କିଛି ସମୟ କାଟିବା ପରେ ତାଙ୍କର ଆଇନ ଟିମଙ୍କ ସୁରକ୍ଷାରେ ଘରକୁ ଫେରିଛନ୍ତି ।

ଜେଲରୁ ମୁକୁଳିବା ପରେ ଇମ୍ରାନ ତାଙ୍କ ଗାଡି ଭିତରୁ ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ, ପୋଲିସ ତାଙ୍କୁ ବିଭିନ୍ନ ଉପାୟରେ ଅଟକ ରଖିବାକୁ ଚେଷ୍ଟା କରିଥିଲା । ଗିରଫ ସମୟରେ ଇମ୍ରାନଙ୍କୁ ପାରାମିଲିଟାରୀ ଫୋର୍ସର କଡା ସୁରକ୍ଷା ବଳୟରେ ନିଆଯାଇଥିଲା । ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫ ଆଇନ ବିରୁଦ୍ଧ ବୋଲି କହି କୋର୍ଟରେ ଉପସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରକାଶଯୋଗ୍ୟ, ୭୦ ବର୍ଷୀୟ ପୁରୁଣା କ୍ରିକେଟର ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ‘ଅଲ କାଦିର ଟ୍ରଷ୍ଟ’ ମାମଲାରେ ଗିରଫ କରାଯାଇଥିଲା । ଅଭିଯୋଗ ଥିଲା ଯେ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବି ଅଲ କାଦିର ୟୁନିଭରସିଟି ଟ୍ରଷ୍ଟରୁ ସମ୍ପତ୍ତି ଆଣିଥିଲେ । ଇମ୍ରାନଙ୍କ ସରକାର ଏହି ଟ୍ରଷ୍ଟକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ବୋଲି ନେସନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଓ ପାକିସ୍ତାନ ଆଣ୍ଟି କରପସନ୍‌ ଏଜେନ୍ସି ଅଭିଯୋଗ ଆଣିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.