ଇମ୍ରାନ୍ ଉବର ଡ୍ରାଇଭର ହେବାକୁ ଯୋଗ୍ୟ, ଏମିତି କହିଲେ ପାକିସ୍ତାନୀ ନେତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବା ପରେ ପାକିସ୍ତାନରେ ବୃଦ୍ଧି ପାଇଛି ଉତ୍ତେଜନା। ମୋଦିଙ୍କୁ ଏଭଳି ସମ୍ମାନ ମିଳିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପାକିସ୍ତାନର ବିପକ୍ଷ ଦଳ ନେତ୍ରୀ। ବିପକ୍ଷ ଦଳର ନେତ୍ରୀ ମୋଦିଙ୍କ ଏହି ସମ୍ମାନ ପାଇବାକୁ ନେଇ ଏତେ ଉତ୍କ୍ଷିପ୍ତ ହୋଇପଡ଼ିଛନ୍ତି ଯେ ନିଜ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ନିନ୍ଦା କରିବାକୁ ମଧ୍ୟ ପଛାଇନାହାନ୍ତି। ସେ ଇମ୍ରାନଙ୍କୁ ୟୁଏଇର କ୍ରାଉନ୍ ପ୍ରିନ୍ସଙ୍କ ଉବର ଡ୍ରାଇଭର ବୋଲି ତାତ୍ସଲ୍ୟ କରି କହିଛନ୍ତି।
ଆହୁରି ପଢ଼ନ୍ତୁ: ପୁଣି ପାକିସ୍ତାନ ଦେଖାଇଲା ଛୋଟ ପ୍ରକୃତି, ଅଭିନନ୍ଦନଙ୍କ ଉପରେ ନିର୍ମାଣ କରିବ କମେଡି ଫିଲ୍ମ
୭ ମାସ ପୂର୍ବରୁ ଇମ୍ରାନଙ୍କ ୟୁଏଇ ଗସ୍ତ ବେଳେ ସେ ପ୍ରିନ୍ସଙ୍କ ଗାଡ଼ି ଚଳାଇଥିଲେ। ସେତେବେଳେ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଉପହାସ କରାଯାଇଥିଲା। ତେବେ ଆଜି ବିରୋଧୀ ଦଳର ଜଣେ ନେତ୍ରୀ ଇମ୍ରାନ ଡ୍ରାଇଭର ହେବାକୁ ଯୋଗ୍ୟ ବୋଲି କହିଛନ୍ତି। ଏଥିସହ ଇମ୍ରାନ ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ଭୁଲିଯାଇଥିବା ନେଇ ଆରୋପ ଲଗାଇଛନ୍ତି।