୨୦ କୋଟିର ହନୁମାନ ପଇସା ? ର‍୍ୟାକେଟ୍‌ ଠାବ, ୪ ଗିରଫ

କଟକ(କେନ୍ୟୁଜ୍): କଟକରୁ ହନୁମାନ ପଇସା କାରବାର ର‍୍ୟାକେଟ୍‌ ଠାବ । ଏଥିରେ ୪ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ବନମାଳୀପୁରର କୁମାର ପତି, ସାଇ ବିହାରର ପ୍ରଭାସ ଚନ୍ଦ୍ର ବେହେରା, କଟକ ଆଗ୍ରାହଟ୍‌ ବ୍ରାହ୍ମଣ ସାହିର ପ୍ରଫୁଲ ନାୟକ ଓ ଯାଜପୁରର ପିତବାସ ଭଦ୍ରା । ସେମାନଙ୍କ ଠାରୁ ୨ଟି ହନୁମାନ ପଇସା ଜବତ କରାଯାଇଛି । ଏଥସହ ୭ଟି ପ୍ୟାନ୍‌କାର୍ଡ ଓ ଏଟିଏମ୍‌ କାର୍ଡ, ୨ଟି ମୋବାଇଲ୍‌ ଓ ଖଇ, ସିନ୍ଦୁର ଜବତ ହୋଇଛି । ଚୌଦ୍ୱାର ଥାନା ଆଦିବାସୀ ବସ୍ତି ଆମ୍ବିଳିଝରୀରେ କିଛି ଦିନ ହେବ ପିତବାସ ଭଦ୍ରା ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲା । ସୁକିନ୍ଦା କଳିଙ୍ଗରରୁ ୨ଟି ହନୁମାନ ପଇସା ଆଣି ତାକୁ ପୂଜା କରୁଥିଲେ । ଏହି ଖବର ପାଇ ୧୪ ଜଣ ବ୍ୟକ୍ତି ହନୁମାନ ପଇସା ନେବା ପାଇଁ ସେଠାରେ ପହଞ୍ଚି ମୁଲଚାଲ୍ କରିଥିଲେ । ୨ଟି ପଇସା ୨୦ କୋଟି ଟଙ୍କାରେ ମୁଲଚାଲ୍ ହେବା ପରେ ବୋଲେରୋରେ କିଛି ଲୋକ ଟଙ୍କା ଆଣିବାକୁ ଭୁବନେଶ୍ୱର ଯାଇଥିଲେ । କୌଣସି ସୂତ୍ରରୁ ଚୌଦ୍ୱାର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହନୁମାନ ପଇସା ଜବତ କରିବା ସହ ୪ଜଣକୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.