Below header

ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ ମାଟି ତଳେ ବନାଉଛି ସୁଡ଼ଙ୍ଗ, ଡ୍ରୋନ ସାହାଯ୍ୟରେ ପକାଉଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଭାରତ ସୀମାରେ କଡା ସୂରକ୍ଷା ଯୋଗୁ ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପ୍ରବେଶ କରାଇବାରେ ବିଫଳ ହୋଇଛି । ଯଦି ବା କିଛି ଆତଙ୍କବାଦୀ ପ୍ରବେଶ କରିବାରେ ସଫଳ ହେଉଛନ୍ତି ଭାରତର ସୂରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଉଛନ୍ତି ।

ତେଣୁ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ନୂଆ ତରିକା ଆପଣେଇଛି । ଏଥିପାଇଁ ପାକିସ୍ତାନ ମାଟି ତଳେ ସୁଡ଼ଙ୍ଗ କରିବା ଆରମ୍ଭ କରିଛି । ଏହି ସୁଡଙ୍ଗ ସାହାଯ୍ୟରେ ଭାରତ ମଧ୍ୟକୁ ଆତଙ୍କବାଦୀ ପ୍ରବେଶ କରାଇବାକୁ ଯୋଜନା କରୁଛି । ଏହାଛଡ଼ା ଡ୍ରୋନ୍‌ ସାହାଯ୍ୟରେ ଭାରତ ମଧ୍ୟକୁ ଅସ୍ତ୍ରଶସ୍ତ୍ର ପଠାଉଥିବା ମଧ୍ୟ ଜଣାପଡ଼ିଛି ।

pak-0000

ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିଳିବା ପରେ ସାମ୍ବା ଜିଲ୍ଲାରେ ୧୭୦ ମିଟରର ଏକ ସୁଡ଼ଙ୍ଗକୁ ଠାବ କରାଯାଇଛି । ପ୍ରାୟ ୨୦-୨୫ ଫୁଟ୍‌ ତଳେ ଏହି ସୁଡ଼ଙ୍ଗ ଖୋଳା ଯାଇଥିବା ଦେଖାଯାଇଥିଲା । ତେବେ ଭାରତର ସେନା ଓ ସୀମା ସୂରକ୍ଷା ବାହିନୀ ପକ୍ଷରୁ ଏହା ଉପରେ କଡ଼ା ଦୃଷ୍ଟି ରଖାଯାଇଥିବା ଜମ୍ମୁ କଶ୍ମୀର ଡିଜିପିଙ୍କ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.