Below header

କଟକ ସହରରୁ ଆଜି ୧୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କଣ୍ଟାକ୍ଟ  ୧୦୩

କେନ୍ୟୁଜ୍(ବ୍ୟୁରୋ):  କଟକ ସହରରୁ ଆଜି ୧୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ  । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନ ୯୬।  ସେହିଭଳି ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରେ ଅଛନ୍ତି  ୧୦୩ ଜଣ କରୋନା ଆକ୍ରାନ୍ତ।   ସିଏମସି ସୂଚନା ଅନୁଯାୟୀ  କଟକ ଜିଲ୍ଲାରେ ଆଜି ମୋଟ ୩୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୯୯ ଜଣ କଟକ ସହରର ଅଛନ୍ତି ।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ କ୍ବାରେଣ୍ଟାଇନରୁ ୫୫ ଜଣ ଓ ହୋମ କ୍ବାରେଣ୍ଟାଇନରୁ  ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ  ୨ ଜଣ କରୋନା ଯୋଦ୍ଧା, ୩୪ ଜଣ ପୁରୁଷ ଓ ୧୬ ଜଣ ମହିଳା ଅଛନ୍ତି । ଏସସିବି ଆଇସୋଲେସନରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.