Below header

ମୋହନା:ସଚେତନ କି ସୁଧୁରୁ ନାହାନ୍ତି ଲୋକେ, କୋଭିଡ ନିୟମ ଉଲଂଘନ କରି ଚାଲିଥିବା ବାଲିଯାତ୍ରା କମିଟିକୁ ଲକ୍ଷେ ଟଙ୍କା ଜୋରିମାନା

ମୋହନା(କେନ୍ୟୁଜ୍): କୋଭିଡ-୧୯ ନିୟମ ଉଲଙ୍ଘନ କରି ବାଲିଯାତ୍ରା ଆୟୋଜନ କରିବା ମହଙ୍ଗା ପଡିଛି l ସମ୍ପୃକ୍ତ ଯାତ୍ରା କମିଟିକୁ ୧ ଲକ୍ଷ ଟଙ୍କା ଜୋରିମାନା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମୋହନା ତହସିଲଦାର l ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ବାଲିଯାତ୍ରା ସ୍ଥାନୀୟ ପାତ୍ର ସାହିରେ ଆୟୋଜନ କରାଯାଉଥିଲା। କିନ୍ତୁ ଏଥିରେ ସରକାରଙ୍କ କୋଭିଡ-୧୯ ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଥିବା ଦେଖାଯାଇଥିଲା।

 

ନିୟମ ପ୍ରକାରେ କୌଣସି ପୂଜାକାର୍ଯ୍ୟ ପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ ଆଦେଶ ଆଣିବା କଥା ଏହାସହ ରୀତିନୀତି ପ୍ରକାରେ କେବଳ ଧାର୍ମିକ ସ୍ଥଳ ମାନଙ୍କରେ ସର୍ବାଧିକ ୭ ଜଣ ବ୍ୟକ୍ତି ଉପସ୍ଥିତ ରହିବେ।

କିନ୍ତୁ ଉକ୍ତ ସ୍ଥାନରେ ଶହଶହ ବ୍ୟକ୍ତି ଉପସ୍ଥିତ ରହିବା ସହ ଜାନି (ଠାକୁରାଣୀ ପୂଜକ)ଙ୍କୁ ମଧ୍ୟ ପୂଜାର୍ଚ୍ଚନା କରୁଥିଲେ। ଏନେଇ ଖବର ପାଇବାପରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଅଡବା ପୋଲିସ ସହାୟତାରେ ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଯାତ୍ରା କମିଟିକୁ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ଟଙ୍କା ଜୋରିମାନା ଦେବାସହ ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି l

ଆଗକୁ ଅନ୍ୟ କୌଣସି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.