Below header

ଓଡିଶାର ଜଣେ କ୍ୟାନସରରେ ପୀଡିତ ଯୁବତୀ ଲୋଡିଲେ ସୋନୁ ସୁଦଙ୍କ ସହାୟତା, ସୋନୁ ଲେଖିଲେ ଏମିତି

କେନ୍ୟୁଜ୍(ବ୍ୟୁରୋ):  ପୁଣି ଉଦାରତା ଦେଖାଇଲେ ବଲିଉଡ୍ ଅଭିନେତା ସୋନୁ ସୁଦ। ଲକଡାଉନରେ ପ୍ରବାସୀଙ୍କ ଘରକୁ ଫେରାଇ ଦେବଦୂତ ସାଜିଥିବା ସୋନୁ ସୁଦ  ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏଭଳି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ଜଣେ କର୍କନଟ ରୋଗରେ ପୀଡିତ ଓଡିଆ ଝିଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ବରଗଡ଼ ଜିଲ୍ଲା ଆତାବିରା ଅଞ୍ଚଳର ଏହି କର୍କଟ ପୀଡିତା ଜଣକ।  ପୀଡିତାଙ୍କ ନାକ ହେଉଛି ରତ୍ନବାତୀ।

ମାତ୍ର ୨୨ ବର୍ଷ ବୟସରେ ସେ କର୍କଟରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କିନ୍ତୁ ସରକାରୀ ସହାୟତା କିଛି ମିଳିନାହିଁ।  ଏ ବିଷୟରେ ସୁକାନ୍ତ କୁମାର ମେହେର ନାମକ ଜଣେ ବ୍ୟକ୍ତି ଟୁଇଟ କରି ସୋନୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଟ୍ବିଟ ପରେ ସୋନୁ ସୁଦ ଯୁବତୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ ଯୋଗେ ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.