Below header

ଧୂସର ତାଲିକାରେ ରହିବ ପାକିସ୍ତାନ,୨୭ଟି ଗାଇଡ୍‌ଲାଇନ୍‌କୁ ପାଳନ କରି ନଥିବାରୁ ଏଭଳି ନିଷ୍ପତ୍ତି ନେଲା ‘‘ଏଫ୍‌ଏଟିଏଫ’’

କେନ୍ୟୁଜ୍(ବ୍ୟୁରୋ):  ଧୂସର ତାଲିକାରେ ରହିବ ପାକିସ୍ତାନ। ‘ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ‘ପ୍ଲିନେରି ସେସନ୍‌’ରେ ଏହା ସ୍ଥିର କରାଯାଇଛି।‘ଏଫ୍‌ଏଟିଏଫ୍‌’ ନିର୍ଦ୍ଧାରଣ କରିଥିବା ୨୭ଟି ଗାଇଡ୍‌ଲାଇନ୍‌କୁ ଇସ୍‌ଲାମାବାଦ ପାଳନ କରି ନ ପାରିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ବର୍ଷ ଫେବୃଆରୀ ଯାଏ ପାକିସ୍ତାନ ଏହି ତାଲିକାରେ ରହିବ ବୋଲି ଜଣା ପଡିଛି।

ଗ୍ରେ ଲିଷ୍ଟରୁ ଆଶ୍ୱସ୍ତି ପାଇବା ପାଇଁ ପାକିସ୍ତାନ ଅନେକ ଲୋକ ଦେଖାଣିଆ କାର୍ଯ୍ୟ କରିଥିଲା। ଏକାଧିକ ଆତଙ୍କବାଦୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ସେମାନେ ପାକିସ୍ତାନରେ କାର୍ଯ୍ୟ କରୁଥିବା କଥା କହିଥିଲା। କିନ୍ତୁ ଏସବୁ ଏବେ ପ୍ରାୟୋଜିତ ଥିବା ପ୍ରମାଣିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.