ଅନେକ ରୋଗର ଗୋଟିଏ ନିଦାନ ମଟର, ଜାଣନ୍ତୁ ଆଖି ପାଇଁ ଅମୃତ ହେବା ସହ କ’ଣ ରହିଛି ଫାଇଦା

ଶୀତ ଦିନରେ ବିଭିନ୍ନ ପ୍ରକାର ପରିବା ସହ ଗ୍ରୀନ ମଟର ବହୁତ ପସନ୍ଦ ହୋଇଥାଏ । ଶରୀରର ସୁସ୍ଥତା ପାଇଁ ଏହାର ସେବନ ବହୁତ ଲାଭକାରୀ ହୋଇଥାଏ । ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ୍‌, ଫସଫରସ୍‌, ପଟାସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, କାମ୍ପର ଓ ଜିଙ୍କ ଆଦି ପୋଷକ ତତ୍ତ୍ୱ ଥାଏ । ଏହାକୁ ଖାଇବା ଦ୍ୱାରା ଆଖିର ପାଓ୍ଵାର ବୃଦ୍ଧି ପାଇଥାଏ । ଶାକାହାରୀ ଲୋକଙ୍କୁ ମଟର ଖାଇବା ଦ୍ୱାରା ଭଲ ପ୍ରୋଟିନ୍‌ ମିଳିଥାଏ । ଜାଣନ୍ତୁ ମଟର ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳେ –

୧. ଆଖି ପାଇଁ ଲାଭକାରୀ : ମଟରରେ ଭିଟାମିନ୍‌ ଏ, ଅଲ୍‌ଫା କ୍ୟାରୋଟିନ୍‌ର ଭଲ ମାତ୍ରା ଥାଏ । ସବୁଦିନ କିଛି କଞ୍ଚା ମଟର ଖାଇବା ଦ୍ୱାରା ଆଖିର ପାଓ୍ଵାର ବଢ଼ିଥାଏ ।

peas-1

୨. କୋଲେଷ୍ଟରାଲ ମାତ୍ରା କମ୍‌ କରିଥାଏ : ସବୁଦିନ ଖାଇବା ଦ୍ୱାରା ଶରୀରର କୋଲେଷ୍ଟରାଲ ମାତ୍ରା କମ୍‌ କରିଥାଏ । ରକ୍ତରେ ଟ୍ରାଇଗ୍ଲିସରାଇଡ୍‌ସ ମାତ୍ରା କମ୍‌ କର ରକ୍ତରେ କୋଲେଷ୍ଟରାଲ ମାତ୍ରା କମାଇଥାଏ ।

peas-4

୩. ହାର୍ଟ ଓ ମସ୍ତିସ୍କକୁ ରଖେ ସୁସ୍ଥ : ମଟର ଖାଇବା ଦ୍ୱାରା ମସ୍ତିସ୍କ କ୍ଷମତା ବଢ଼ାଇବା ସହ ହାର୍ଟ ରୋଗରୁ ରକ୍ଷା କରିଥାଏ । ଏଥିରେ ଥିବା ଏଣ୍ଟି-ଇନ୍‌ଫ୍ଲେମେଣ୍ଟ୍ରି ଓ ଏଣ୍ଟି ଅକ୍ସିଡାଣ୍ଟ ଥିବା କାରଣରୁ ହାର୍ଟ ରୋଗ ବିରୋଧରେ ଲଢ଼ବାର ଶକ୍ତି ଯୋଗାଇଥାଏ ।

peas-2

୪. ମୋଟାପଣ ମଧ୍ୟ କମାଇଥାଏ : ମୋଟାପଣ କମାଇବା ପାଇଁ ସବୁଠୁ ବଡ଼ ଉପାୟ ଆପଣ ଗୋଟିଏ ମୁଠା ମଟର ଖାଆନ୍ତୁ ।

peas-3

୫. କ୍ୟାନ୍‌ସରରୁ ରକ୍ଷା କରିଥାଏ : ମଟରରେ ଫାଇବର ଥିବା କାରଣରୁ ଖାଦ୍ୟ ହଜମ ଜିବାଣୁକୁ ଆକ୍ଟିଭ୍‌ କରିଥାଏ । ଏଥି ସହ ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଏହା ଶରୀରର ଇମ୍ୟୁନିଟି କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.