Below header

ୟେ ଆଲ୍ଲା, ଆମକୁ ପ୍ରଧାନମନ୍ତ୍ରୀ ମୋଦି ଦେଇ ଦିଅ, ପାକିସ୍ତାନ ଯୁବକଙ୍କ ଏହି କଥାର ଭିଡିଓ ଏବେ ହେଉଛି ଭାଇରାଲ

ଜଣେ ପାକିସ୍ତାନ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଯୁବକ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଆମ ଦେଶକୁ ତାଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କହୁଥିବାର ଭିଡିଓରେ ଦେଖାଯାଇଛି ।

ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ବହୁତ ଖରାପ ହୋଇଯାଇଛି । ଲୋକେ ଭଲରେ ଦୁଇ ମୁଠା ଖାଇବାକୁ ପାଉ ନାହାଁନ୍ତି । ଦରଦାମ ଏତେ ଆକାଶ ଛୁଆଁ ହୋଇଛି ଯେ ଲୋକ କିଣିବାକୁ ଡରୁଛନ୍ତି । ଏବେ ଅନ୍ତରାଷ୍ଟ୍ରୀୟ ସଂସ୍ଥା ପାକିସ୍ତାନକୁ କରଜ ଦେବାକୁ ମନା କରିଦେବା ପରେ ଦେଶ ଆହୁରି ସଂକଟ ଦେଇ ଗତି କରିବା ଆଶଙ୍କା ରହିଛି ।

ଏହି ସମୟରେ ଜଣେ ପାକିସ୍ତାନ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଯୁବକ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଆମ ଦେଶକୁ ତାଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଆବଶ୍ୟକ ବୋଲି କହୁଥିବାର ଭିଡିଓରେ ଦେଖାଯାଇଛି ।

ଭିଡିଓରେ ଯୁବକ ଜଣକ କହିଛନ୍ତି, ପାକିସ୍ତାନର ନୂଆ ନେତା ଲୋକଙ୍କୁ ପଛକୁ ଠେଲି ଦେଇଛନ୍ତି । ଯଦି ଆଜି ଦେଶ ବିଭାଜନ ହୋଇ ନଥାନ୍ତା ତ ଆମେ ବି ଆଜି ଭାରତର ଲୋକଙ୍କ ଭଳି ୨୦ ଟଙ୍କାରେ ଟମାଟର ଓ ଦେଢ଼ ଶହ ଟଙ୍କାରେ ପେଟ୍ରୋଲ କିଣିଥାନ୍ତୁ ।

ଜଣେ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ ଉକ୍ତ ଯୁବକ ଜଣକ କହୁଥିବାର ଦେଖାଯାଇଛନ୍ତି ଯେ ନରେନ୍ଦ୍ର ମୋଦି ୮ ବର୍ଷ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ବନି ଯାଆନ୍ତୁ । ସେ ଆହୁରି କହିଛନ୍ତି-‘ନା ଆମକୁ ନଓ୍ଵାଜ ସରିଫ ଦରକାର, ନା ବେନଜିର ଦରକାର, ୟା ଆଲ୍ଲା ଆମକୁ କେବଳ ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ଦରକାର । ଯିଏ ଏଠାକାର ଲୋକଙ୍କୁ ସିଧା କରିଦେବେ ।

ଯୁବକ ଜଣକ ଆହୁରି କହିଥିଲେ, ମୋଦି କ’ଣ ଖରାପ ଲୋକ, ତାଙ୍କ ପାଇଁ ଭାରତ ଆଜି ଉପରକୁ ଉଠୁଛି । ଯଦି ସେ ପାକିସ୍ତାନ ଆସିଯିବେ ତ ପାକିସ୍ତାନ ମଧ୍ୟ ଉପରକୁ ଉଠିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ କହିଛନ୍ତି, କଂଗ୍ରେସ ଓ ସପା ଏହି ଭିଡିଓ ଦେଖି ବହୁତ କଷ୍ଟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.