ସଡକ ଦୁର୍ଘଟଣା : ସ୍କୁଟିକୁ ପଛ ପଟୁ ଧକ୍କା ଦେଲା ହାଇଓ୍ୱା; ଶାଶୁ ମୃତ, ବୋହୂ ଗୁରୁତର

ହାଇୱା ଧକ୍କାରେ ଶାଶୂ ମୃତ, ବୋହୂ ଗୁରୁତର l ଏଭଳି ଅଭଵନୀୟ ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ

ଯାଜପୁର (କେନ୍ୟୁଜ): ହାଇୱା ଧକ୍କାରେ ସ୍କୁଟି ଆରୋହୀ ମହିଳା ମୃତ l ଏଭଳି ଅଭଵନୀୟ ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା ମଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ। ମୃତ ମହିଳା ହେଲେ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ସ୍ଵର୍ଣ୍ଣଳତା ରାଉତ। ସ୍ୱର୍ଣ୍ଣଲତା ତାଙ୍କ ବୋହୁ ସହ ସ୍କୁଟିରେ ଆସୁଥିବା ସମୟରେ ପଛପଟୁ ହାଇୱା ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଶାଶୁ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ବର୍ତ୍ତି ଯାଇଥିଲେ। ଗୁରୁତର ବୋହୂଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଅଂଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି l ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଡିଟିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ଘଟଣା ସ୍ଥଳରେ ବିଞ୍ଝାରପୁର ପୋଲିସ ପହଞ୍ଚି ବୁଝାସୁଝା କରୁଛି।