Below header

GATE 2023 ପରୀକ୍ଷା ଦେଇଥିଲେ ତୁରନ୍ତ କରନ୍ତୁ ଆବେଦନ

GAIL ଇଣ୍ଡିଆ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏଠାରେ ୪୭ଟି ପଦରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଭର୍ତ୍ତି ପାଇଁ ଅଫିସିଆଲ ୱେବସାଇଟ୍‌ gailonline.com କୁ ଯାଇ ଆବେଦନ କରିପାରିବେ ।

GAIL ଇଣ୍ଡିଆ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏଠାରେ ୪୭ଟି ପଦରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଭର୍ତ୍ତି ପାଇଁ ଅଫିସିଆଲ ୱେବସାଇଟ୍‌ gailonline.com କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୫, ୨୦୨୩ ରହିଛି ।

ପଦବୀ ବିବରଣୀ : ୪୭

ଏଗ୍ଜିକ୍ୟୁଟିଭ ଟ୍ରେନି (କେମିକାଲ): ୨୦
ଏଗ୍ଜିକ୍ୟୁଟିଭ ଟ୍ରେନି (ସିଭିଲ) : ୧୧
ଏଗ୍ଜିକ୍ୟୁଟିଭ ଟ୍ରେନି (ଗେଲଟେଲ/ଟିସି/ଟିଏମ୍‌) : ୮
ଏଗ୍ଜିକ୍ୟୁଟିଭ ଟ୍ରେନି (BIES) : ୮

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମାର୍ଚ୍ଚ ୨୦୨୩ ରହିଛି ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୬ ବର୍ଷ ହେବା ଜରୁରୀ।

କେମିତି ହେବ ଚୟନ : ଏହି ପଦରେ ପ୍ରାର୍ଥୀଙ୍କ ଚୟନ (GATE-2023) ମାର୍କ ଆଧାରରେ କରାଯିବ ।

କେମିତି କରିବେ ଆବେଦନ : ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  gailonline.com କୁ ଯାଆନ୍ତୁ ।

ଏହା ପରେ ହୋମପେଜରେ କ୍ୟାରିଅର ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ତା’ ପରେ ରେଜିଷ୍ଟର କରିବା ପରେ ଆପ୍ଲିକେସନ ଫର୍ମ ଭରନ୍ତୁ ।

ଏହାପରେ ଆବଶ୍ୟକୀୟ ଦସ୍ତାବିଜ ଅପଲୋଡ କରନ୍ତୁ।

ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://gailebank.gail.co.in/recruitmentSystem/user/er_login.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.