ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଥା କଟାକଟି: ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କଲେ ଲୋକେ

ଆକ୍ରୋଶର ଶିକାର ହେଲେ ନେତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କଥା କଟାକଟିକୁ ନେଇ ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କଲେ ଲୋକେ।

ପିପିଲି (କେନ୍ୟୁଜ): ତାତିଲେ ଜନତା । ଆକ୍ରୋଶର ଶିକାର ହେଲେ ନେତା। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ କାର୍ଯାଳୟ ନିକଟରେ ଗ୍ରାମ ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସମ୍ପର୍କିତ ଆଲୋଚନା ହେଉଥିଲା । ଉପସ୍ଥିତ ଥିଲେ ସତ୍ୟବାଦୀର ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ଜେନା । ହଠାତ କଥା କଟା କାଟି ଯୁକ୍ତିତର୍କ ହେବା ଆରମ୍ଭ ହେଲା ।

ପରେ ପରେ ଏହା ଉଗ୍ର ରୂପ ନେଇଥିଲା । ଲୋକେ ଗୋଡେଇ ଗୋଡେଇ ନେତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜେଡି ନେତା ବିକ୍ରମ ଜେନା ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସତ୍ୟବାଦୀ ପୋଲିସ ପହଞ୍ଚି ଥିଲେ ବି ପୋଲିସ ଉପସ୍ଥିତରେ ଗୋଡେଇ ଗୋଡେଇ ବାଡେଇ ବାର ଦୃଶ୍ୟ ଦେଖିବାକୁ ମିଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.