ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢାଇଲା ଅଷ୍ଟ୍ରେଲିଆ, ଟିମରେ ସାମିଲ ହେଲେ ଏହି ଧୁରନ୍ଧର

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ପୂର୍ବରୁ ବଢିଲା ଟିମ୍‌ ଇଣ୍ଡିଆର ଚିନ୍ତା । ଅଷ୍ଟ୍ରେଲିଆ ଟିମରେ କଲା ବଡ ପରିବର୍ତ୍ତନ । ଟିମକୁ ଫେରିଲେ ଅଲରାଉଣ୍ଡର କ୍ୟାମରୁନ ଗ୍ରୀନ ।

ବର୍ଡର ଗାଭାସ୍କର ଟ୍ରଫିର ଦୁଇଟି ମ୍ୟାଚ୍‌ ଭାରତ ଜିତିସାରିଥିବା ବେଳେ ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହବାକୁ ଯାଉଛି । ତେଣୁ ଟିମରେ ବଡ ପରିବର୍ତ୍ତନ କରିଛି ଅଷ୍ଟ୍ରେଲିଆ । ଆଉ ମ୍ୟାଚ ପୂର୍ବରୁ ଉଭୟ ଦଳ ସ୍କ୍ୱାର୍ଡରେ ପରିବର୍ତ୍ତନ କରାଯାଇଛି । ତୃତୀୟ ମ୍ୟାଚ ପୂର୍ବରୁ ଦଳରେ ଜଣେ ଦମଦାର ଷ୍ଟାର ଅଲରାଉଣ୍ଡରଙ୍କ ଏଣ୍ଟ୍ରି କରାଇଛି ଟିମ ଅଷ୍ଟ୍ରେଲିଆ । ଯେଉଁଥି ପାଇଁ ତୃତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କ ଚିନ୍ତା ବଢିଯାଇଛି । କ୍ୟାମରୁନ ଗ୍ରୀନ ଆହତ ଜନିତ ସମସ୍ୟାରୁ ଫିଟ୍‌ ହୋଇ ଟିମକୁ ଫେରୁଛନ୍ତି । ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଅଷ୍ଟ୍ରେଲିଆ ଟିମକୁ ମଜବୁତ କରିବେ ।

ଟେଷ୍ଟ ସିରିଜର ଦୁଇଟି ମ୍ୟାଚରେ ପରାଜୟ ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ସ୍ୱଦେଶ ଫେରିଯାଇଛନ୍ତି । ଏହାସହିତ ଡେଭିଡ ୱାର୍ଣ୍ଣର ଏବଂ ଜୋସ ହାଜଲଉଡ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର କ୍ୟାମରନ ଗ୍ରୀନଙ୍କୁ ଦଳରେ ସାମିଲ କରିଛି । ତେବେ ଆଙ୍ଗଠିରେ ଆଘାତ ଲାଗିବା ଯୋଗୁଁ କିଛି ଦିନରୁ ସେ ମ୍ୟାଚ ଖେଳିପାରି ନଥିଲେ । କିନ୍ତୁ ବର୍ତ୍ତମାନ ସୁସ୍ଥ ହେବା ପରେ ସେ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ କମବ୍ୟାକ କରିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ରୀନ ମୋଟ ୧୮ଟି ଟେଷ୍ଟରୁ ୬ ଅର୍ଦ୍ଧଶତକ ସହ ୮୦୬ ରନ କରିଛନ୍ତି । ଟେଷ୍ଟରେ ସର୍ବାଧିକ ୮୪ ରନ କରିଛନ୍ତି ଗ୍ରୀନ ।

ଭାରତର ସମ୍ଭାବ୍ୟ ଏକାଦଶ:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ ଭରତ, ଇଶାନ କିଶନ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକଟ ।