ଏବେ ହ୍ଵାଟସଆପ୍‌ ରେ ମିଳିବ Message Modify Option

ଖୁବଶୀଘ୍ର ଆସୁଛି ହ୍ଵାଟସଆପ୍‌ ର ନୂଆ ଫିଚର Message Modify Option । ଏଣିକି ନିଜ ମେସେଜକୁ ଡିଲେଟ ନକରି କରିପାରିବେ Edit। ରିପୋର୍ଟ ଅନୁସାରେ ୟୁଜର୍ସ ପଠାଇଥିବା ଭୁଲ ମେସେଜ କୁ ଡିଲେଟ ନକରି ମଧ୍ୟ ଏହାକୁ ଏଡ଼ିଟ କରି ଠିକ କରିପାରିବେ। କିନ୍ତୁ ଏଥିପାଇଁ ତାଙ୍କୁ ୧୫ ମିନିଟର ସମୟ ମିଳିବ। ୧୫ ମିନିଟ ମଧ୍ୟରେ ସମସ୍ତ ୟୁଜର୍ସ ନିଜ ମେସେଜକୁ ଏଡ଼ିଟ କରିପାରିବେ।

ହ୍ଵାଟସଆପ୍‌ ରେ ଆସୁଛି ଏକ ଧମାକାଦାର ଫିଚର୍ସ। ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ରହିଛି। ଆସୁଥିବା ଏହି ନୂଆ ଫିଚରରେ ସେଣ୍ଡ କରାଯାଇଥିବା ମେସେଜ କୁ ଆପଣ ସହଜରେ ଏଡିଟ କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ ଅପସନ ମଧ୍ୟ ଦିଆଯିବ। ଆସନ୍ତୁ ଜାଣିବା ଏହି ନୂଆ ଫିଚର୍ସର ଫାଇଦା ସମ୍ପର୍କରେ..

ହ୍ଵାଟସଆପ୍‌ ଲୋକପ୍ରିୟ ଚାଟିଂ ଆପ୍‌। ପ୍ରତିଥର ଏହା ନିଜ ୟୁଜର୍ସଙ୍କ ପାଇଁ ବଢ଼ିଆ ଫିଚର୍ସ ନେଇଆସେ। ଯେମିତିକି ୟୁଜର୍ସ ବୋର୍‌ ନହେବେ। ନୂଆ ଅପଡେଟରେ ହ୍ଵାଟସଆପ୍‌ ଆଇଓଏସ୍‌ ପାଇଁ ପିକ୍ଚର ଇନ ପିକ୍ଚର ମୋଡ, କ୍ୟାପସନ ସହିତ ଫରଓ୍ଵାର୍ଡ, ସେଲ୍ଫ ମେସେଜ ଓ ଅନ୍ୟାନ୍ୟ ସୁବିଧା ଦିଆଯାଇଛି। ଏହା ଆଗକୁ ଅନେକ ଫିଚର୍ସ କୁ ରୋଲ ଆଉଟ କରିବ। ଏହି ଫିଚର ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜରେ ଅଛି। ତେବେ ଏହି ସୁବିଧା ଆସିବା ପରେ ୟୁଜର୍ସଙ୍କୁ କଥା ହେବା ଆହୁରି ସହଜ ହୋଇଯିବ।

Wabetainfo ଅନୁସାରେ ହ୍ଵାଟସଆପ୍‌ ଏକ ଏଭଳି ଫିଚର୍ସ ଉପରେ କାମ କରୁଛି। ଯାହା ସେଣ୍ଡ କରାଯାଇଥିବା ମେସେଜକୁ ଏଡ଼ିଟ କରିବା ଅପସନ ଦେବ। ରିପୋର୍ଟ ଅନୁସାରେ ୟୁଜର୍ସ ପଠାଇଥିବା ଭୁଲ ମେସେଜ କୁ ଡିଲେଟ ନକରି ମଧ୍ୟ ଏହାକୁ ଏଡ଼ିଟ କରି ଠିକ କରିପାରିବେ। କିନ୍ତୁ ଏଥିପାଇଁ ତାଙ୍କୁ ୧୫ ମିନିଟର ସମୟ ମିଳିବ। ୧୫ ମିନିଟ ମଧ୍ୟରେ ସମସ୍ତ ୟୁଜର୍ସ ନିଜ ମେସେଜକୁ ଏଡ଼ିଟ କରିପାରିବେ।

ଏଥିରେ ୟୁଜର୍ସ କିଛି ବି ପ୍ରକାର ଭୁଲକୁ ଏଡ଼ିଟ କରିପାରିବେ। କିମ୍ବା ନିଜର ଅରିଜିନାଲ ମେସେଜରେ ଆହୁରି ନୂଆ ତଥ୍ୟକୁ ଆଡ୍‌ କରିପାରିବେ। ଏହି ସୁବିଧା ସେତେବେଳେ କାମ କରିବ ଯେତେବେଳେ କେହି ପୂରା ମେସେଜକୁ ଡିଲେଟ କରିବାକୁ ଚାହୁଁନଥିବେ। ଏଥିରେ କେବଳ ନୂଆ ଶବ୍ଦକୁ ଆଡ କରିବାକୁ ପଡ଼ିବ।

ଏହି ଫିଚର ଲାଟେଷ୍ଟ ଭର୍ସନ ରେ ଚାଲିବ। ଆଉ କେବଳ ମେସେଜ ଏଡ଼ିଟ କରିବାର ଅପସନ ଦେବ। ତେବେ ମିଡ଼ିଆ କ୍ୟାପସନରେ ଏହା କାମ ଦେବନି। ଏହା ପ୍ରଥମେ ଆଇଓଏସ୍‌ ରେ ସୁବିଧା ମିଳିପାରେ। ପରେ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ମିଳିବ। ଏହାସହ ଖୁବ ଶୀଘ୍ର ଇମେଜ କ୍ୱାଲିଟିକୁ ବଦଳାଇବାର ଅପସନ ମଧ୍ୟ ମିଳିବ।

ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଆଗକୁ ଆଗକୁ ବଢ଼ିଚାଲିଛି। ଟେକ୍ନୋଲୋଜି ଯେତେ ଆଗକୁ ଆଗକୁ ଯାଉଛି କଥା ହେବାର ତରିକାରେ ବି ପରିବର୍ତ୍ତନ ଆସୁଛି। ପୂର୍ବରୁ ଲୋକମାନେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ କଥା ହେବା ପାଇଁ ପାରାର ଉପଯୋଗ କରୁଥିଲେ। ଏହା ପରେ ଚିଠି, ଟେଲିଫୋନ, ସ୍ମାର୍ଟଫୋନ ଏବଂ ଚାଟିଙ୍ଗ୍‌ ଆପ୍ସ ଯେମିତିକି ହ୍ଵାଟସଆପ, ଟେଲିଗ୍ରାମ, ଫେସବୁକ ଜରିଆରେ କଥା ହେଉଛନ୍ତି। ଏବେ ଲୋକମାନେ ଜଣେ ଜଣକଙ୍କ ସହ ସମ୍ପର୍କ ରଖିବା ପାଇଁ କଥାବାର୍ତ୍ତା ବଦଳରେ ଅଧିକ ଚାଟିଙ୍ଗ୍‌ କରୁଛନ୍ତି। ହ୍ଵାଟ୍ସଆପ୍‌ ଆଜିର ଜମାନାରେ କଥାବାର୍ତ୍ତା କରିବାର ସବୁଠୁ ଲୋକପ୍ରିୟ ଆପ୍‌ ହୋଇଛି। ଏହାଛଡା ଆହୁରି ବି ଏମିତି ଅନଲାଇନ୍‌ ଚାଟିଙ୍ଗ୍‌ ଆପ୍‌ ରହିଛି ଯାହାକୁ ମଧ୍ୟ ବ୍ୟବହାର କରୁଛନ୍ତି ଲୋକେ। ହ୍ଵାଟ୍ସଆପର ଉପଯୋଗ କେବଳ କଥା ହେବାକୁ କରାଯାଏ ନାହିଁ ଏତେ ଏହି ଆପ ଦ୍ୱାରା ପେମେଣ୍ଟ ମଧ୍ୟ କରିପାରିବେ। ଭିଡିଓ କଲ୍‌, ଫଟୋ ପଠାଇବା, ଗୀତ ପଠାଇବା, ଗ୍ରୁପ କଲ୍‌ ଭଳି ଅନେକ ଫାଇଦା ରହିଛି ହ୍ଵାଟ୍ସଆପରେ।