Below header

ମାସକ ମଧ୍ୟରେ ବିକଶିତ ହେବ କରୋନା ଟୀକା, ଭାରତର ବାୟୋଟେକ୍‌ କମ୍ପାନୀ ଆମେରିକା ରିଫାନା ସହ ମିଳାଇଲା ହାତ

ନୂଆଦିଲ୍ଲୀ : ଭାରତର ବାୟୋଟେକ୍‌ନୋଲୋଜି କମ୍ପାନୀ ପାନାସିଆ ବାୟୋଟେକ୍‌ ଖୁବ୍‌ ଶୀଘ୍ର କୋଭିଡ଼୍‍-୧୯ ର ଟୀକା ପ୍ରସ୍ତୁତ କରିବାକୁ ଯାଉଛି । ଏହି କମ୍ପାନୀ ଆମେରିକା ସ୍ଥିତ ରିଫାନା ଇଙ୍କ୍‌ କମ୍ପାନୀ ସହ ଭାଗିଦାରୀତାରେ କୋଭିଡ୍‌ ୧୯ ଟୀକା ବିକଶିତ ଓ ବିତରଣ କରିବ ବୋଲି ଜଣାପଡ଼ିଛି ।

ସାରା ବିଶ୍ୱକୁ ଏମିତି ଏକ କରୋନା ଟୀକା ଦରକାର ଯାହା କି ସବୁ ଦିଗରୁ ସୁରକ୍ଷିତ ଓ ଫଳପ୍ରଦ ହେବା ଦରକାର । ରିଫାନା କମ୍ପାନୀ ସହ ମିଶି କରୋନା ରୋଗୀଙ୍କ ପାଇଁ ୫୦ କୋଟି ଟୀକା ପ୍ରସ୍ତୁତ କରିବାକୁ ସେ ଯୋଜନା ରଖିଛନ୍ତି ବୋଲି ପନ୍‌ସିଆ ବାୟୋଟେକ୍‌ ମ୍ୟାନେଜିଂ ଡାଇରେକ୍ଟର ରାଜେଶ ଜୈନ ପ୍ରକାଶ କରିଛନ୍ତି ।

ତେବେ ଆସନ୍ତା ବର୍ଷ ପ୍ରାରମ୍ଭରେ ଏହି ଟୀକାର ୪୦ କୋଟି ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଜୈନ୍‌ କହିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ଦିଲ୍ଲୀ ଓ ପଞ୍ଜାବରେ ଥିବା ଲ୍ୟାବ୍‌ରେ କରୋନା ଟୀକାର ପ୍ରାରମ୍ଭିକ ପ୍ରସ୍ତୁତି କରାଯିବ ।

ଅକ୍ଟୋବର ମାସ ସୁଦ୍ଧା ଏହି ଟୀକା ମାନବ ଉପରେ ପ୍ରୟୋଗ କରାଯିବ । ସବୁ ଯଦି ଠିକ୍‌ ଠାକ୍‌ ରୁହେ ବର୍ଷ ଶେଷ ସୁଦ୍ଧା କିମ୍ବା ନୂଆ ବର୍ଷର ପ୍ରାରମ୍ଭରେ କରୋନା ଟୀକା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.