Below header

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ: ମହିଳା ଏବଂ କୃଷକଙ୍କ ପାଇଁ ହୋଇପାରେ ବଡ ଘୋଷଣା

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ। ଫେବ୍ରୁଆରୀ ୧ରେ ଆଗତ ହେବ କାମଚଳା ବଜେଟ୍। କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ତେବେ ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି ।

ନୂଆଦିଲ୍ଲୀ : ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୧ରେ ଆଗତ ହେବ କାମଚଳା ବଜେଟ୍ । କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ ।  ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ତେବେ ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି ।

ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ । ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ।  ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଏହି ମଧ୍ୟବର୍ତ୍ତୀ ବଜେଟରେ ଅନେକ ବଡ଼ ଘୋଷଣା ହୋଇପାରେ । ମହିଳା ଏବଂ କୃଷକଙ୍କ ସହ ଜଡିତ ବଡ ଘୋଷଣା କରିପାରନ୍ତି ସରକାର ।  ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷକମାନଙ୍କୁ ଦିଆଯାଇଥିବା କିସାନ୍ ସାମନ୍ ନିଧି ଦ୍ୱିଗୁଣିତ କରିବାକୁ ସରକାର ଏକ ପ୍ରସ୍ତାବ ଆଣିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.