ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ, ଏହା ସହ ସୁଟିଂ କରାଯାଇଛି ଭଜନ

ଚଳିତ ମାସ ୨୨ ତାରିଖଦିନ ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଙ୍କ ଭାବ୍ୟ ମନ୍ଦିର ଓ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ କରାଯାଉଛି ।

ଆଉ ବାସ କିଛି ଦିନର ଅପେକ୍ଷା । ଅନେକ ବର୍ଷର ଅପେକ୍ଷା ପରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ଠାରେ ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ଦେଶର ସମସ୍ତ ରାମ ଭକ୍ତଙ୍କ ପାଇଁ ଆନନ୍ଦର ବିଷୟ । ସେଥିପାଇଁ ଜୋରଦାର୍‌ ଚାଲିଛି ପ୍ରସ୍ତୁତି ପ୍ରକ୍ରିୟା । ଯୁଦ୍ଧକାଳୀନ ଭିତ୍ତିରେ ହେଉଛି କାମ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ ।

ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର ସ୍ୱପ୍ନ । ସାରା ବିଶ୍ୱରେ ରାମ ଭକ୍ତମାନେ ମନ୍ଦିର ଉଦ୍‌ଘାଟନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । ଭକ୍ତମାନେ ରାମ ଲଲ୍ଲାଙ୍କୁ ଅନେକ ଉପହାର ମଧ୍ୟ ଦେଉଛନ୍ତି । କିଏ ସୁନା ହୀରା ଦେଉଛି ତ କିଏ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛି । ପ୍ରଭୁ ରାମ ଲାଲାଙ୍କ ଅନନ୍ୟ ରୂପକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି ।

ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ହଜି ଯାଇଛନ୍ତି ଆବାଳ ବୃଦ୍ଧ ବନିତା । ଏସବୁ ଭିତରେ ଓଡିଶା ମଧ୍ୟ ପଛରେ ନାହିଁ । ଏହି ପ୍ରରିପ୍ରେକ୍ଷୀରେ ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ କରାଯାଉଛି । ଗୀତିକାର ଦିଲୀପ ଜେନାଙ୍କ ନେତୃତ୍ୱରେ ଧାରପୁର ପଞ୍ଚାୟତରେ ଘର ଘର ବୁଲି ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ ବେଶ ହୋଇ ପ୍ରଦୀପ ପ୍ରଜ୍ୱଳନ ପାଇଁ ଗ୍ରାମବାସୀ ମାନଙ୍କୁ ନିବେଦନ କରାଯାଇଥିଲା ।

ଏଥି ସହ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ଆଧାରିତ ହେମନ୍ତ ଦାସଙ୍କ ନିର୍ଦ୍ଦେଶନାରେ ଏକ ଭଜନ ସୁଟିଂ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିନେତା ପ୍ରକାଶ ସୁଧାଂଶୁଙ୍କ ସମେତ ଅନେକ କଳାକାର ଏବଂ ରାମଙ୍କ ଭକ୍ତ ସାମିଲ ହୋଇଥିଲେ । ଏହି ଭଜନରେ ଓଲିଉଡ କଣ୍ଠଶିଳ୍ପୀ ଶ୍ରୀଚରଣ ଓ ପଙ୍କଜ ଝାଲ କଣ୍ଠ ଦାନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.