Below header

ମହାସମାରୋହରେ ପାଳିତ ହେଲା ବକୁଳ ଅମାବାସ୍ୟା ଅବସରରେ ସ୍ୱନକ୍ଷତ୍ର ଦିବସ, ଯୋଗ ଦେଲେ ଶହଶହ ଶ୍ରଦ୍ଧାଳୁ

ଯାଜପୁର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ବକୁଳ ଅମାବାସ୍ୟା ଅବସରରେ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ଏହି ଉତ୍ସବରେ ଶହଶହ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ବରାହ ଜୀଉଙ୍କ ଦର୍ଶନ କରିବା ସହିତ ପୂଜାର୍ଘ୍ୟ ଦେଇଛନ୍ତି ।

ଅମାବାସ୍ୟ ତ ଅନେକ ଥାଏ କିନ୍ତୁ ବକୁଳ ଅମାବାସ୍ୟାର ରହିଛି ଭିନ୍ନ ମହତ୍ତ୍ୱ । ଏହି ଦିନ ଭଗବାନଙ୍କୁ ବକୁଳ କଢ଼ି ଅର୍ପଣ କରାଯାଇଥାଏ । ପରେ ଏହାକୁ ଭୋଗ ଭାବେ ଭକ୍ତମାନେ ଖାଇଥାନ୍ତି । ତେବେ ଆଜିର ଏହି ବିଶେଷ ଦିନରେ ଭକ୍ତମାନେ ବକୁଳ ଅମାବାସ୍ୟାକୁ ଧୁମଧାମରେ ପାଳନ କରିଛନ୍ତି । ମନ୍ଦିରରେ ସୃଷ୍ଟି ହୋଇଥିବା ଭକ୍ତିମୟ ପରିବେଶରେ ନିଜକୁ ହଜାଇ ଦେଇଛନ୍ତି ଭକ୍ତଗଣ ।

ଯାଜପୁର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ବକୁଳ ଅମାବାସ୍ୟା ଅବସରରେ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ପ୍ରଭୁଙ୍କ ମହାସ୍ନାନ, ପୂଜା ହୋମ, ବିଷ୍ଣୁ ସହସ୍ର ନାମ, ଗୀତା ପାଠ ଓ ସଂକୀର୍ତ୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶହଶହ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ବରାହ ଜୀଉଙ୍କ ଦର୍ଶନ କରିବା ସହିତ ପୂଜାର୍ଘ୍ୟ ଦେଇଛନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଯଜ୍ଞ ବରାହଙ୍କୁ ପୂଜା କରାଯିବା ସହିତ ମନ୍ଦିର ଉପରେ ଧ୍ୱଜା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଛି । ଏହି ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢ଼ି ଠାକୁରଙ୍କୁ ପୂଜା କରି ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଛି । ଏହି ପୂଜା ଅବସରରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି । ସନ୍ଧ୍ୟାରେ ମଧ୍ୟ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ନୈବେଦ୍ୟ ପ୍ରଦାନ କରାଯାଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.