ଅର୍ଜୁନ ଆଓ୍ଵାର୍ଡ ମିଳିବା ପରେ ପରିବାର ସହିତ ଖୁସି ମନାଇଲେ ଶାମି, ସମସ୍ତଙ୍କ ପାଇଁ ଲେଖିଲେ ଭାବନାତ୍ମକ ପୋଷ୍ଟ

ଏହି ଆଓ୍ଵାର୍ଡ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଏହି ଆଓ୍ଵାର୍ଡ ମୋ ପାଇଁ ବହୁତ ଗର୍ବର କଥା । ମୁଁ ସତରେ ତୁମ ସମସ୍ତଙ୍କ ପାଇଁ ଋଣୀ ରହିବି । ଏହି ଆଓ୍ଵାର୍ଡ ମୋତେ ଅଧିକ ଉତ୍ସାହ ଓ ପ୍ରେରଣା ଦେବ । ଏହି ଆଓ୍ଵାର୍ଡ ପାଇଁ ସମ୍ମାନିତ ଅନୁଭବ କରୁଛି ।

ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ଅର୍ଜୁନ ଆଓ୍ଵାର୍ଡରେ ପୁରସ୍କୃତ କରାଯାଇଛି । ଏହି ସମ୍ମାନ ମିଳିବା ପରେ ନିଜ ପରିବାର ସହିତ ଖୁସି ସେଲିବ୍ରେସନ କରିଛନ୍ତି ଶାମି । ଶାମି ସୋସିଆଲ ମିଡିଆରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପରେ ଶାମି କମାଲ କରିଛନ୍ତି । ଶାମି ୨୪ଟି ଓ୍ଵିକେଟ ନେଇ ଶୀର୍ଷରେ ରହିଥିଲେ ।

ମହମ୍ମଦ ଶାମି ପୋଷ୍ଟ କରି ଲେଖିଛନ୍ତି, ଏହି ଆଓ୍ଵାର୍ଡ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଏହି ଆଓ୍ଵାର୍ଡ ମୋ ପାଇଁ ବହୁତ ଗର୍ବର କଥା । ମୁଁ ସତରେ ତୁମ ସମସ୍ତଙ୍କ ପାଇଁ ଋଣୀ ରହିବି । ଏହି ଆଓ୍ଵାର୍ଡ ମୋତେ ଅଧିକ ଉତ୍ସାହ ଓ ପ୍ରେରଣା ଦେବ । ଏହି ଆଓ୍ଵାର୍ଡ ପାଇଁ ସମ୍ମାନିତ ଅନୁଭବ କରୁଛି । ମୋ ପିଲା ବେଳକୁ ନେଇ ମୁଁ ଗର୍ବ କରେ । ସମଗ୍ର ବ୍ରହ୍ମାଣ୍ଡରେ ମୋତେ ସବୁଠୁ ଭଲ ବାପାମା ମିଳିଛନ୍ତି । ମୁଁ ମୋର ପରିବାର ଏବଂ ସାଙ୍ଗସାଥି ଏବଂ ଫ୍ୟାନ୍ସଙ୍କ ବଳିଦାନ, ସମର୍ଥନ ଏବଂ ଭଲପାଇବା ପାଇଁ ଧନ୍ୟବାଦ ଜଣାଉଛି । ମୋତେ ଏମିତି ସବୁବେଳେ ସପୋର୍ଟ ଏବଂ ଭଲପାଇବା ମିଳୁଥାଉ ।

ବିଶ୍ୱକପ ୨୦୨୩ରେ ଶାମି ସୁବୁଠାରୁ ଅଧିକ ଓ୍ଵିକେଟ ନେଇଥିଲେ । ବ୍ୟାଟର ତାଙ୍କ ବୋଲିଂଙ୍କୁ ବୁଝିପାରୁନଥିଲେ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୭ ଓ୍ଵିକେଟ ନେଇଥିଲେ ଶାମି । ଦିନିକିଆ ବିଶ୍ୱକପ ୨୦୨୩ରେ ୭ଟି ମ୍ୟାଚରେ ୨୪ଟି ଓ୍ଵିକେଟ ନେଇ ରେକର୍ଡ କରିଥିଲେ ।

ମହମ୍ମଦ ଶାମି ଭାରତୀୟ ଟିମରେ ୨୦୧୩ରେ ଡେବ୍ୟୁ କରିଥିଲେ । ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚରେ ୨୨୯ ଓ୍ଵିକେଟ ନେଇଥିଲେ । ୧୦୧ଟି ଦିନିକିଆରେ ୧୯୫ ଓ୍ଵିକେଟ ଓ ୨୩ଟି ଟି-୨୦ ମ୍ୟାଚରେ ୨୪ଟି ଓ୍ଵିକେଟ ନେଇଛନ୍ତି ।

ମହମ୍ମଦ ଶାମି ଅର୍ଜୁନ ଆଓ୍ଵାର୍ଡ ପାଇଥିବା ୫୮ତମ କ୍ରିକେଟର । ଏହି ଲିଷ୍ଟରେ ୧୨ ଜଣ ମହିଳା ରହିଛନ୍ତି । ୨୦୨୧ରେ ଅର୍ଜୁନ ଆଓ୍ଵାର୍ଡ ଶିଖର ଧଓ୍ଵନଙ୍କୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.