ଜୋତା ସୁଖାଇବା ପାଇଁ ବ୍ୟକ୍ତି କଲେ ଏମିତି କାମ, ଯାହା ହୋଇଗଲା ଭାଇରାଲ, ଦେଖନ୍ତୁ ଭିଡିଓ

ବିମାନରେ ବସିଥିବା ଜଣେ ଯାତ୍ରୀ ନିଜର ଜୋତା ସୁଖାଇବା ପାଇଁ ଏକ ଗଜବ ତରିକା ଆପଣେଇଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ନିଜର ଜୋତା ସୁଖାଇବା ପାଇଁ ବିମାନର ଲାଗିଥିବା ଏସି ଭେଣ୍ଟରୁ ବାହାରୁଥୁବା ପବନର ଉପଯୋଗ କରୁଥିବା ଦେଖିବାକୁ ପାଇବେ। ‘ପ୍ୟାସେଞ୍ଜର ସେମିଙ୍ଗ୍‌’ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଛି।

menଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ନିଜ ସିଟ୍‌ ଉପରେ ବସିଥିବା ଜଣେ ଯାତ୍ରୀ ନିଜର ହାତରେ ଏକ ଜୋତା ଧରିଛନ୍ତି ଏବଂ ସେହି ଜୋତାକୁ ଏସିରେ ବାହାରୁଥିବା ପବନ ପାଖରେ ରଖିଛନ୍ତି। ସତରେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ ବ୍ୟକ୍ତି କେତେ ଜବରଦସ୍ତ ଆଇଡିଆ ବାହାର କରି ନିଜ ଜୋତା ଶୁଖାଉଛନ୍ତି।

video courtesy : passengershaming


ଭିଡିଓଟି ସେୟାର ହେବା ମାତ୍ରକେ ୨.୯୫ ଲକ୍ଷରୁ ଅଧିକ ଥର ଦେଖାଗଲାଣି। ଯାହାକୁ ଦେଖି ଲୋକମାନେ ମଜାଳିଆ ଟିପ୍ପଣୀ ଦେଉଛନ୍ତି। ଅନେକ ଲୋକ ବ୍ୟକ୍ତିଙ୍କର ମଜାକ୍‌ ଉଡାଉଛନ୍ତି ତ ଆଉ କେହି ତାଙ୍କୁ କଟାକ୍ଷ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପୂରା ବିମାନରେ ନିଜର ଜୋତାର ବାସ୍ନା ମହକାଇବା ପାଇଁ ଏହା ଜବରଦସ୍ତ ଉପାୟ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.