ମଣିପୁରକୁ ଶାନ୍ତି ଫେରୁଛି, ୧୦ ଜହାର ଯବାନ ହୋଇଛନ୍ତି ମୁତୟନ

ମଣିପୁରକୁ ଶାନ୍ତି ଫେରୁଛି। ଧୀରେ ଧୀରେ ସ୍ୱାଭାବିକ ହେଉଛି ମଣିପୁର। ଇମ୍ଫାଲରେ ଆଜି ଦୋକାନ ବଜାର ସଟର ଖୋଲିଛି। ରସ୍ତାରେ ଲୋକଙ୍କ ଯାତାୟାତ ଆରମ୍ଭ ହୋଇଛି। ତେବେ ସୁରକ୍ଷାକର୍ମୀଙ୍କ ଫ୍ଲାଗମାର୍ଚ୍ଚ ଜାରି ରହିଛି। ବହୁ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଦୋକାନ ବଜାର ଖୋଲିଛି।

ଅନ୍ୟ ଫୋର୍ସ ସହ ଆର୍ମୀ ଓ ଆସାମ ରାଇଫଲର ୧୦ ଜହାର ଯବାନ ମୁତୟନ ହୋଇଛନ୍ତି। ଆଜି ରାଜ୍ୟର ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକଳ ଦଳର ନେତା ବୈଠକରେ ସାମିଲ ଥିଲେ। ରାଜ୍ୟକୁ କିଭଳି ଶାନ୍ତି ଓ ସ୍ଥିରତା ଫେରାଇ ହେବ ସେ ନେଇ ଆଲୋଚନା ହୋଇଛି।

ଅନ୍ୟପଟେ ବନ୍ଧୁକ ଶବ୍ଦ ଏବେ ବି ବନ୍ଦ ହୋଇ ନାହିଁ। ଶୁକ୍ରବାର ରାତିରେ ଚୁରଣପୁର ଜିଲ୍ଲାରେ ୨ଟି ଏନକାଉଣ୍ଟରରେ ୫ ଜଣ ଉଗ୍ରବାଦୀ ପ୍ରାଣ ହରାଇଛନ୍ତି। ଏଥିରେ ୨ ଜଣ ଯବାନ ଆହତ ହୋଇଛନ୍ତି। ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୫୪ ଜଣଙ୍କ ମୃତ୍ୟୁ ଘଟିଲାଣି। ସଂରକ୍ଷଣକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ।