ଦେଶର ପ୍ରଥମ ନାଗରିକ ଅନ୍ଧାରରେ ଭାଷଣ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା, ହେବକି କାର୍ଯ୍ୟାନୁଷ୍ଠାନ

କେଉଁଠି ରହିଲା ସମସ୍ୟା ? ତ୍ରୁଟି କାହାର ? ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିକ୍ଟ ଲିମିଟେଡ୍‌ ବା TPNODL କହିଛି, ଇଣ୍ଟରନାଲ େଓ୍ଵୟାରିଂ ଯୋଗୁଁ ସମସ୍ୟା ଦେଖାଦେଇଥିଲା । ସେମାନଙ୍କର କୌଣସି ସମସ୍ୟା ନାହିଁ । ଅନ୍ୟପଟେ କ୍ଷମା ମାଗିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ।

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭ୍ରାଟ ହେଲା କେମିତି ? କେଉଁ ପରିସ୍ଥିତିରେ ଏତେବଡ଼ ଅବ୍ୟବସ୍ଥା ? ଯଦି ଲାଇଟ୍‌ କଟିଗଲା ଏସି ଓ ମାଇକ୍ରୋଫୋନ୍‌ ଚାଲୁଥିଲା କେମିତି ? ପ୍ରକୃତ ସମସ୍ୟା କେଉଁଠି ରହିଲା ? ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର । ନା ବିତରଣ କରୁଥିବା ସଂସ୍ଥାର । ନା ବିଦ୍ୟୁତ ବିଭାଗରେ । ଖୋଳତାଡ ଭିତରେ ସ୍ପଷ୍ଟୀକରଣ ରଖିଛି ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିକ୍ଟ ଲିମିଟେଡ୍‌ ବା TPNODL । ଏହାର ସିଇଓ ଭାସ୍କର ସରକାର କହିଛନ୍ତି, ଜେନେରେଟର ସହ ଏସି ଓ ମାଇକ୍ରୋଫୋନ୍‌ ଚାଲୁଥିଲା । ଇଣ୍ଟରନାଲ େଓ୍ଵୟାରିଂ ଯୋଗୁଁ ସମସ୍ୟା ଦେଖାଦେଇଥିଲା । ସେମାନଙ୍କର କୌଣସି ସମସ୍ୟା ନାହିଁ ।

ଏଭଳି ବିଭ୍ରାଟକୁ ନେଇ କ୍ଷମା ମାଗିଛନ୍ତି ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି । ତ୍ରୁଟି ସମ୍ପର୍କରେ ଅନୁସନ୍ଧାନ କରାଯିବ । ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା କମିଟି ରିପୋର୍ଟ ଦେବ । ତର୍ଜମା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଇସ୍ତଫା ଦେବାକୁ ପଡ଼ିଲେ ଇସ୍ତଫା ଦେବେ ବୋଲି କହିଛନ୍ତି କୁଳପତି । ଦେଶର ପ୍ରଥମ ନାଗରିବ ଭାଷଣ ବେଳେ ବିଦ୍ୟୁତ ବିଭ୍ରାଟକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ପୂରା ଜେନେରେଟରରେ କାର୍ଯ୍ୟକ୍ରମ ଚାଲୁଥିଲା ହଲ୍‌ ଭିତରେ ଲାଇଟ୍‌ ବନ୍ଦ ହୋଇଗଲା କେମିତି ? କେଉଁଠି ରହିଲା ସମସ୍ୟା ? ତ୍ରୁଟି କାହାର ? ତଦନ୍ତ ରିପୋର୍ଟ ପରେ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.