କାଶ୍ମୀରରେ ଜି-୨୦ ସମ୍ମିଳନୀକୁ ବିଫଳ କରିବା ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ୍
କାଶ୍ମୀରରେ ଜି-୨୦ ସମ୍ମିଳନୀକୁ ବିଫଳ କରିବା ଥିଲା ଆତଙ୍କବାଦୀଙ୍କ ଟାର୍ଗେଟ୍ । ଠିକ୍ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ପ୍ଲାନ୍ କରାଯାଇଥିଲା । ତେବେ ପ୍ଲାନ୍କୁ ଫେଲ୍ କରି ଦେଲା ଗୋଇନ୍ଦା ବିଭାଗ । ଗୋଇନ୍ଦା ସୂଚନା ଅନୁସାରେ ଜାମ୍ମୁକାଶ୍ମୀର ପୋଲିସ୍ ଜୈସ-ଏ-ମହମ୍ମଦର ଜଣେ କର୍ମୀକୁ ଗିରଫ କରି ନେଇଛି । ତା ଠାରୁ ଏସବୁ ଷଡ଼ଯନ୍ତ୍ରର ସୁରାକ୍ ମିଳିଛି ।

ତାକୁ ଜେରା ବେଳେ ଆତଙ୍କୀମାନେ ଦୁଇରୁ ତିନିଟି ସ୍ଥାନରେ ଗୋଟିଏ ସମୟରେ ଆକ୍ରମଣ କରିବାକୁ ଚକ୍ରାନ୍ତ କରିଥିଲେ । ଠିକ୍ ମୁମ୍ବାଇ ଆକ୍ରମଣ ଭଳି ବିଦେଶୀ ଅତିଥି ଏବଂ ହୋଟେଲ୍ ଭିତରେ ପଶି ଆଖିବୁଜା ଗୁଳି ଚଳାଇବା ଥିଲା ସେମାନଙ୍କ ଲକ୍ଷ୍ୟ । ଏକଥା କହିଛି ଗିରଫ ହୋଇଥିବା ଆତଙ୍କବାଦୀ ସହଯୋଗୀ ଅହମଦ ବାନୀ ।
ତାଠାରୁ ଗୋଟିଏ ଗ୍ରେନେଡ୍ ଏବଂ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମିଳିଛି । ବାନୀ ଶ୍ରୀନଗର ନିକଟ ଏକ ହୋଟେଲରେ ଗାଡ଼ି ଡ୍ରାଇଭର ଭାବେ କାମ କରେ । ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନର ମୁଖ୍ୟଙ୍କ ସହ ଫୋନ୍ ଏବଂ ଇଣ୍ଟନେଟ୍ରେ ଯୋଗାଯୋଗ କରି ନିର୍ଦ୍ଦେଶ ପାଳନ କରେ ବୋଲି ସେ ପୋଲିସ୍କୁ କହିଛି । ଏପଟେ ବାରମୂଲାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ରାଜୌରିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଜୁଳି ବିନିମିୟ ଜାରି ରହିଛି ।