Below header

ପାର୍କରେ ଖେଳୁଥିବା ସମୟରେ ଭାଙ୍ଗିଗଲା ପେଣ୍ଡୁଲମ୍ ଝୁଲା, ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ:ଖୁସିରେ ଖେଳୁ ଖେଳୁ ହଠାତ୍ ଆସିଗଲା ଦୁଃଖର କଳା ପାହାଡ । ଆଉ ତାପରେ ଖେଳିଗଲା ଶୋକର ଛାୟା । ପ୍ରକୃତ ଘଟଣାଟି ହେଉଛି କି, ଅହମ୍ମଦାବାଦର କାଙ୍କରିୟା ଆଡଭେଞ୍ଚର ପାର୍କରେ ପେଣ୍ଡୁଲମ୍ ଝୁଲା ଖସିପଡିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବଡ ଦୁର୍ଘଟଣା ବିଷୟରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାଇଗିଙ୍ଗ ସମୟରେ ହଠାତ୍ ଝୁଲାଟି ଭାଙ୍ଗିଯାଇଥିଲା । ରବିବାର ହେବା କାରଣରୁ ପାର୍କରେ ପ୍ରବଳ ଭିଡ ହୋଇଥିଲା । ଝୁଲାଟି ଭାଙ୍ଗିବାର ସଠିକ୍ କାରଣ କଣ ହୋଇପାରେ ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଯାହାର ଭିଜୁଆଲ୍ ମଧ୍ୟ ସାମ୍ନାକୁ ଆସିଛି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.