୧୯୮୬ରେ ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ବିଶ୍ବକପ୍ ହାରିଥିଲା ଇଂଲଣ୍ଡ, କିନ୍ତୁ ୨୦୧୯ରେ ସେହି ହ୍ୟାଣ୍ଡ ଅଫ୍ ଗଡ୍ ପାଇଁ ହେଲା ବିଶ୍ବବିଜେତା

ଫୁଟବଲ ଇତିହାସରେ ଯେବେ ବି ସବୁଠାରୁ ବିବାଦୀୟ ଗୋଲ୍ ବିଷୟରେ କଥା ଉଠେ ସେତେବେଳେ ୧୯୮୬ର ଫୁଟବଲ୍ ବିଶ୍ବକପ୍ କଥା ଆପେ ଆପେ ଚାଲିଆସେ । ଏହି ବିଶ୍ବକପର ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ରେ ହରାଇଥିଲା ଆର୍ଜେଣ୍ଟିନା । ତେବେ ଏହି ମୁକାବିଲାରେ ସବୁଠାରୁ ଚର୍ଚ୍ଚିତ ଥିଲା ମାରାଡୋନାଙ୍କ ୨ଟି ଗୋଲ୍। ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଆର୍ଜେଣ୍ଟିନା ହୋଇଥିଲା ବିଜେତା । ସେହିପରି ଗତ କାଲି ହୋଇଥିବା କ୍ରିକେଟ୍ ବିଶ୍ବକପ୍ ଫାଇନାଲରେ ରୋମାଂଚକର ଭାବରେ ଟାଇଟେଲ୍ ହାତେଇଥିଲା ଇଂଲଣ୍ଡ ।

ତେବେ କିକ୍ରେଟ୍ ଏବଂ ଫୁଟବଲର ଏହି ଦୁଇ ବିଶ୍ବକପ୍ ପରସ୍ପର ସହ ଏକ ଖାସ୍ କାରଣ ପାଇଁ ଜଡିତ । ମଜାକଥା ହେଉଛି ୧୯୮୬ରେ ହୋଇଥିବା ଏହି ଫୁଟବଲ୍ ବିଶ୍ବକପରେ ସେମିଫାଇନାଲରେ ହ୍ୟାଣ୍ଡ ଅଫ୍ ଗଡ୍ ଯୋଗୁଁ ଇଂଲଣ୍ଡର ହୋଇଥିଲା ପରାଜୟ । କିନ୍ତୁ ୨୦୧୯ରେ କ୍ରିକେଟ୍ ବିଶ୍ବକପରେ ଏହି ହ୍ୟାଣ୍ଡ ଅଫ୍ ଗଡ୍ ହିଁ ଇଂଲଣ୍ଡକୁ ବନାଇଛି କ୍ରିକେଟର ବାଦଶାହା ।

england ୧୯୮୬ ରେ ମେକ୍ସିକୋରେ ଖେଳାଯାଇଥିବା ଫୁଟବଲ୍ ବିଶ୍ବକପରେ ଆର୍ଜେଣ୍ଟିନର କ୍ୟାପଟେନ୍ ଥିଲେ ଡିଏଗୋ ମାରାଡୋନା । ଏହି ବିଶ୍ବକପରେ ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲା ସେମିଫାଇନାଲରେ ଇଂଲଣ୍ଡ ବିରୋଧରେ ମାରାଡୋନାଙ୍କ ଦୁଇଟି ଗୋଲ୍ । ତେବେ ଏହି ଦୁଇଟି ଗୋଲ୍ ମଧ୍ୟରୁ ପ୍ରଥମ ଗୋଲଟି ଖୁବ୍ ବିବାଦୀୟ ଥିଲା । ମାରାଡୋନାଙ୍କ ହାତରେ ଲାଗି ଗୋଲ ପୋଷ୍ଟରେ ପଂହଚିଥିଲା ଫୁଟବଲ୍ । କିନ୍ତୁ ରେଫରୀ ଏହାକୁ ଦେଖିପାରିନଥିଲେ ଏବଂ ଏହାକୁ ଗୋଲ୍ ମାନିନେଇଥିଲେ । ମ୍ୟାଚ୍ ପରେ ଏହି ଗୋଲ୍ ବିଷୟରେ ଚର୍ଚ୍ଚା କରି ମାରାଡୋନା କହିଥିଲେ ଏହି ଗୋଲ୍ ଭଗବାନଙ୍କ ଇଛା ଥିଲା । ଆଉ ଏହି ଗୋଲର ନାଁ ଦେଇଦେଲେ ହ୍ୟାଣ୍ଡ ଅଫ୍ ଗଡ୍ ।

ଏହା ସହ ପଢନ୍ତୁ ବିଶ୍ବକପ୍ ହାରିବା ଟିମକୁ ମିଳିଥାଏ କେତେ ଟଙ୍କା ? ବିଜେତାକୁ ବି ମିଳେ ନାହିଁ ଟ୍ରଫି . . . ଅଜବ ଏ ଆଇସିସି ନିୟମ

ସେହିପରି ଗତକାଲା ନ୍ୟୁଜିଲାଣ୍ଡ କରିଥିବା ୨୪୨ ରନର ଲକ୍ଷକୁ ପିଛା କରୁଥିବା ଇଂଲଣ୍ଡକୁ ବିଜୟ ପାଇଁ ଶେଷ ଓଭରରେ ଆବଶ୍ୟକ ଥିଲା ୧୫ ରନ୍ । ଦୁଇଟି ବଲ୍ ଖାଲି ଯାଇଥିଲା ଏବଂ ପରେ ଷ୍ଟୋକ୍ସଙ୍କ ବ୍ୟାଟରୁ ଛକା ବାହାରିଥିଲା । ଏହା ପରେ ଶେଷ ୩ଟି ବଲରେ ଇଂଲଣ୍ଡ ଟିମକୁ ୯ ରନ୍ ଆବଶ୍ୟକ ଥିଲା । ଚତୁର୍ଥ ବଲରେ ଷ୍ଟୋକ୍ସ ଡିପ୍ ମିଡୱିକେଟରେ ସଟ୍ ଖେଳିଲେ ଏବଂ ଦୁଇ ରନ୍ ନେଲେ । ଏହା ମଧ୍ୟରେ ଷ୍ଟୋକ୍ସ ଦ୍ବିତୀୟ ରନ୍ ପାଇଁ ଦୌଡିଥିଲେ । କିନ୍ତୁ ମାର୍ଟିନ ଗପ୍ଟିଲଙ୍କ ଥ୍ରୋ ୱିକେଟରେ ବାଜିବା ପରିବର୍ତ୍ତେ କ୍ରିଜରେ ପଂହଚିସାରିଥିବା ଷ୍ଟୋକ୍ସଙ୍କ ହାତରେ ବାଜି ଚୌକା ପାଇଁ ବାଉଣ୍ଡ୍ରି ବାହାରକୁ ଚାଲିଯାଇଥିଲା । ଯାହା ଫଳରେ ଇଂଲଣ୍ଡଙ୍କୁ ଏହି ବଲରେ ମିଳିଥିଲା ୬ ରନ୍ । ଏହା ପରେ ବିଜୟ ପାଇଁ ଇଂଲଣ୍ଡକୁ ଦୁଇଟି ବଲରେ ୩ ରନ୍ ଆବଶ୍ୟକ ଥିଲା । ଶେଷ ବଲରେ ଦୁଇ ରନ୍ କରି ଇଂଲଣ୍ଡ ମ୍ୟାଚକୁ ଟାଇ କରିଥିଲା ଏବଂ ବିଜୟ ପାଇଁ ସୁପରଓଭରର ଆବଶ୍ୟକ ପଡିଲା ।

ଯଦି ଗପଟିଲଙ୍କ ଥ୍ରୋ ଷ୍ଟୋକ୍ସଙ୍କ ହାତରେ ବାଜି ବାଉଣ୍ଡ୍ରି ପାର୍ ଯାଇ ନଥାନ୍ତା ତେବେ ସୁପର ଓଭରର ଆବଶ୍ୟକତା ପଡିନଥାନ୍ତା । ଏବଂ ନ୍ୟୁଜିଲାଣ୍ଡ ବନିଯାଇଥାନ୍ତା କ୍ରିକେଟର ବାଦଶାହା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.