Below header

ସେନାରେ ବିକଳାଙ୍ଗ ଆଧାରରେ ପେନସନ ମିଳିବ ଯଦି ଏହା ତାଙ୍କର ଚାକିରି ସହ ଜଡିତ ଥାଏ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯଦି ବିକଳାଙ୍ଗ ୨୦ ପ୍ରତିଶତରୁ ଅଧିକ ନୁହେଁ,ତେବେ ସୈନ୍ୟ କର୍ମୀ ବିକଳାଙ୍ଗ ପେନସନ ପାଇବାକୁ ହକାଦାର ନୁହଁନ୍ତି ବୋଲି କହିଲେ ସୁପ୍ରିମକୋର୍ଟ । ଏହାଛଡ଼ା ଯଦି ସେନାରେ ଯବାନ ଡ୍ୟୁଟି କାଳ ଭିତରେ ବିକଳାଙ୍ଗ ହୁଅନ୍ତି କିମ୍ବା ଚାକିରି କାରଣରୁ ବିକଳାଙ୍ଗ ହୁଅନ୍ତି, ତେବେ ସେମାନେ ବିକଳାଙ୍ଗ ପେନସନ ପାଇବାକୁ ହକଦାର ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି ।

ଜଷ୍ଟିସ ଅଭୟ ଏସ୍‌ ଓକା ଓ ଏମ ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲର ଏକ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିବା କେନ୍ଦ୍ରର ଏହି ଆଦେଶ ଉପରେ ଶୁଣାଣି କରିଥିଲେ ଯେଉଁଥିରେ ସେନାର ଏହି ଯବାନଙ୍କୁ ବିକଳାଙ୍ଗ ଭତ୍ତା ଦିଆଯାଇଥିଲା ।

କୋର୍ଟ ଏଏସ୍‌ଜୀ କେଏମ୍‌ ନଟରାଜଙ୍କ ପିଟିସନ ଉପରେ ସହମତି ପ୍ରକାଶ କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଯବାନଙ୍କ ବିକଳାଙ୍ଗତାର କାରଣ ତାଙ୍କର ସେବା ବା ଡ୍ୟୁଟି ସହ ସଂପୃକ୍ତି ଥିବ । ଖଣ୍ଡପୀଠ ଯବାନଙ୍କୁ ଲାଗିଥିବା ଆଘାତ ତାଙ୍କର ଛୁଟି ସମୟରେ ହେବା ଜରୁରୀ ବୋଲି କହି ଏହାକୁ ଖାରଜ କରିଦେଇଥିଲେ ।

କୋର୍ଟ କହିଥିଲେ ଯେ ଯବାନଙ୍କ ଦୁର୍ଘଟଣା ଛୁଟିର ଦୁଇଦିନ ପରେ ହୋଇଥିଲା । ଫଳରେ ଯବାନଙ୍କୁ ଲାଗିଥିବା ଆଘାତ ତାଙ୍କର ଚାକିରି ସହ କୌଣସି ସଂପୃକ୍ତି ନାହିଁ । ଟ୍ରିବ୍ୟୁନାଲ ଏହି ତଥ୍ୟକୁ ଅଣଦେଖା କରିଛି, ତେଣୁ ପ୍ରତିବାଦି ବିକଳାଙ୍ଗ ପେନସନ୍‌ ପାଇବାର ହକଦାର ନୁହଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.