କେନ୍ଦ୍ରାପଡାରେ ମଙ୍କିପକ୍ସ ଗୁଜବ: ଅଜଣା ରୋଗରେ ଜଣଙ୍କ ମୃତ୍ୟୁ ପରେ, ଗାଁରେ ଭୟ

କେନ୍ଦ୍ରାପଡା (କେନ୍ୟୁଜ): ମଙ୍କିପକ୍ସ ଗୁଜବକୁ ନେଇ ବସ୍ତି ବାସିନ୍ଦାଙ୍କୁ ବାସନ୍ଦ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣା ମୁଣ୍ଡା ସାହି ଗାଁରେ । ସେହି ଗାଁର ଲାଲୁ ସିଦ୍ଧୁ ନାମକ ଜଣେ ଯୁବକଙ୍କ ବାଙ୍ଗାଲୋରରେ କାମ କରୁଥିବା ବେଳେ ଗତ ମାସ ୨୦ ତାରିଖରେ ଘରକୁ ଫେରି ଅସୁସ୍ଥ ହୋଇ ପଡ଼ିଥିଲେ । ପେଟ ଯନ୍ତ୍ରଣା ହେବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କାଛୁ କୁଣ୍ଡିଆ ମାଡିଯିବା ଦେଖା ଦେଇଥିଲା ।

ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲାଲୁଙ୍କ ପରିବାରରେ ମଧ୍ୟ ଏଭଳି କାଛୁ କୁଣ୍ଡିଆ ମାଡ଼ିଯିବା ଖବର ପ୍ରସାରିତ ପରେ ସ୍ଥାନୀୟ ଅଞ୍ଚଳବାସୀ ଏହି ଆଦିବାସୀ ମୁଣ୍ଡା ବସ୍ତିର ଲୋକଙ୍କୁ ଦୋକାନ ଆସିବାକୁ ବାରଣ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ୨ ଦିନ ପର୍ଯ୍ୟନ୍ତ ସ୍କୁଲ ନ ଆସିବା ପାଇଁ ବାରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏକ ସତନ୍ତ୍ର ମେଡିକାଲ ଟିମ ଦ୍ୱାରା ଆଦିବାସୀ ବସ୍ତିର ଲୋକଙ୍କ ଚିକିତ୍ସା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.