ଶ୍ରାଦ୍ଧବାର୍ଷିକୀରେ ମିଳିଲା ‘ଡେଡ୍‌ବଡି କେକ୍‌’, ମନଭରି ଖାଇଲେ ଲୋକେ

ସୋସିଆଲ ମିଡିଆରେ ଅନେକ ଜିନିଷ ଭାଇରାଲ ହେଉଛି। ଏମିତିରେ ଏବେ ଏକ କେକ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ଭାବୁଥିବେ କି, ଏମିତି କି କେକ୍‌ ଯେ, ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଭଳି ଦେଖାଯାଉଥିବା ଏକ କେକ୍‌ ତିଆରି କରାଯାଇଥିଲା। ମୃତକ ବ୍ୟକ୍ତିଙ୍କ ପ୍ରତି ଥିବା ପ୍ରେମ ଓ ସ୍ନେହକୁ ଦେଖାଇବା ପାଇଁ ପରିବାରବର୍ଗ ଓ ସମ୍ପର୍କୀୟ ଉକ୍ତ ବ୍ୟକ୍ତିଙ୍କ ଭଳି ଉଚ୍ଚ ଓ ଲମ୍ବାର କେକ୍‌ ତିଆରି କରିଥିଲେ।ପ୍ରଥମେ ଏହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ କିଛି ସମୟ ନିରିଖି ଦେଖିଲେ ଏହା କେକ୍‌ ବୋଲି ଜଣାପଡ଼ିବ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଜଣେ ମୃତବ୍ୟକ୍ତିଙ୍କୁ ଟେବୁଲରେ ରଖାଯାଇଥିବା ଭଳି ଦେଖାଯାଉଥିବା ବେଳେ କିଛି ସମୟ ପରେ କେତେକ ଛୋଟ ପିଲା ଏହାକୁ କାଟି ଖାଉଥିବାର ଦେଖିବାକୁ ମିଳିଛି।

ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟଲୋକ ମଧ୍ୟ ଉକ୍ତ କେକ୍‌କୁ କାଟି ଖାଇଥିଲେ। ଏହି ଭିଡିଓଟି ସ୍ପେନ୍‌ର କୁହାଯାଉଥିବା ବେଳେ ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ପ୍ରଥମେ ଏହି ଭିଡିଓକୁ ଦେଖିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ପରବର୍ତ୍ତୀ ମୂହୁର୍ତ୍ତରେ ଆପଣ ସତ୍ୟତା ଜାଣିପାରିବେ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ବିଲିଅନରୁ ଊର୍ଦ୍ଧ୍ୱ ୟୁଜର୍ସ ଦେଖିସାରିଥିବା ବେଳେ ମିଶ୍ରଣ ପ୍ରତିକ୍ରିୟା ପ୍ରକାଶ ପାଇଛି।