ପ୍ରତ୍ୟେକ ଦିନ ମାତ୍ର ୪୦ ଟଙ୍କା ବଞ୍ଚାଇ ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ ପୁରା ପ୍ରକ୍ରିୟା

ଅଧିକାଂଶ ଲୋକମାନେ ଭାବିଥାନ୍ତି କମ ଟଙ୍କାରେ କେବେ ବି ଧନୀ ହୋଇପାରିବେ ନାହିଁ। କିନ୍ତୁ ପ୍ରକୃତରେ ଏହା ଠିକ୍‌ ନୁହେଁ। ଆପଣ ପ୍ରତ୍ୟେକ ଦିନ କିଛି କିଛି ଟଙ୍କା ରଖି ଜମା କରିବା ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଦିନେ ନା ଦିନେ ନିଶ୍ଚୟ ଲକ୍ଷପତି ହୋଇପାରିବେ। ଆପଣଙ୍କୁ ଲକ୍ଷପତି କରିବାରେ ମୁଚ୍ୟୁଆଲ ଫଣ୍ଡ (Mutual Fund) ସ୍କିମ୍‌ ଆପଣଙ୍କୁ ସାହାଯ୍ୟ କରିପାରିବ। ସବୁଠାରୁ ଭଲ କଥା ହେଉଛି ଆପଣ ପ୍ରତ୍ୟେକ ଦିନ ୪୦ ଟଙ୍କା ଜମା କରି ଲକ୍ଷପତି ହୋଇପାରିବେ। ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ଅଧିକ ଭାରି ମଧ୍ୟ ପଡିବ ନାହିଁ ଏବଂ ଆପଣ ନିଜର ସମସ୍ତ ଖର୍ଚ୍ଚ ପରେ ମଧ୍ୟ ସହଜରେ ଏତିକି ଟଙ୍କା ବଞ୍ଚାଇ ରଖିପାରିବେ।

fundଜାଣନ୍ତୁ ପ୍ରତ୍ୟେକ ଦିନ ୪୦ ଟଙ୍କା ରଖି କିପରି କରିପାରିବେ ୮ ଲକ୍ଷଟଙ୍କା ଫଣ୍ଡ:

ଯଦି ଆପଣ ପ୍ରତ୍ୟେକ ଦିନ ୪୦ ଟଙ୍କା ଜମା କରି ରଖିବେ ତେବେ ଏହା ମାସରେ ୧,୨୦୦ଟଙ୍କା ହେବ। ଆପଣଙ୍କୁ ପ୍ରତ୍ୟେକ ମାସରେ ୧,୨୦୦ଟଙ୍କା ମ୍ୟୁଚୁଆଲ ଫଣ୍ଡ ସ୍କିମ୍‌ SIP ଜରିଆରେ ନିବେଶ କରିବାକୁ ପଡିବ। ଏହି ନିବେଶ ଆପଣଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡିବ। ବଜାରରେ ଏଭଳି ଅନେକ ମ୍ୟୁଚୁଆଲ ଫଣ୍ଡ ରହିଛି, ଯେଉଁମାନେ ଗତ ୧୫ ବର୍ଷ ମଧ୍ୟରେ ୧୫ ପ୍ରତିଶତ ରିଟର୍ନ କରିଛନ୍ତି। ଯଦି ଆପଣଙ୍କୁଏତିକି ରିଟର୍ନ ମିଳିଥାଏ ତେବେ ଆପଣଙ୍କ ପାଖରେ ୮ଲକ୍ଷ ଟଙ୍କାର ଫଣ୍ଡ ତିଆରି ହୋଇପାରିବ।

money-ଯଦି ଆପଣ କୌଣସି ମ୍ୟୁଚୁଆଲ ଫଣ୍ଡ ସ୍କିମ୍‌ ରେ ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିଥାନ୍ତି ତେବେ ଆପଣଙ୍କ ସମୁଦାୟ ନିବେଶ ୨,୧୬,୦୦୦ଟଙ୍କା ହେବ। ସେହିଭଳି ଆପଣଙ୍କୁ ଏସଆଇପିର ସମୁଦାୟ ସମୁଦାୟ ମୂଲ୍ୟ ୮,୦୨,୨୦୮ ଟଙ୍କା ହେବ। ଅର୍ଥାତ ଆପଣଙ୍କ ୫,୮୬,୨୦୮ ଟଙ୍କା ଲାଭ ହେବ। ମ୍ୟୁଚୁଆଲ ଫଣ୍ଡ କଥା କହିବାକୁ ଗଲେ ଏହା ୧୫ ବର୍ଷରେ ୧୫ ପ୍ରତିଶତ ରିଟର୍ନ କରିଥାଏ। ସୂଚନା ମୁତାବକ ଆଦିତ୍ୟ ବିର୍ଲା ସନ୍‌ ଲାଇଫ୍‌ ଇକ୍ୱିଟି ଫଣ୍ଡରେ ୧୫ ବର୍ଷରେ ୧୫.୨୦ ପ୍ରତିଶତ ଡିଏସପି ଇକ୍ୱିଟି ଅପରର୍ଚୁନିଟି ଫଣ୍ଡରେ ୧୪.୬୭ ପ୍ରତିଶତ ଏବଂ ଫ୍ରାଙ୍କଲିନ୍‌ ଇଣ୍ଡିଆ ପ୍ରାଇମ୍‌ ଫଣ୍ଡରେ ୧୫.୦୭ ପ୍ରତିଶତ ରିଟର୍ନ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.