Below header

ଆଜିଠୁ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା, ଦୁଇ ଶହ ବିଶ୍ୱବିଦ୍ୟାଳୟର ୪ ହଜାରରୁ ଅଧିକ ଖେଳାଳି ୧୭ଟି ଇଭେଣ୍ଟରେ ନେଉଛନ୍ତି ଭାଗ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା । ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବ ବୃହତ କ୍ରୀଡା ମହୋତ୍ସବ । ପ୍ରଥମ ଥର ଲାଗି ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ଆୟୋଜନ ହୋଉଥିବା ବେଳେ ପ୍ରତିଯୋଗୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲିଖିତ ହୋଇଛି । ପ୍ରଥନ ଦିନରେ ଫୁଟବଲ, ଭଲିବଲ, ବାସ୍କେଟ ବଲ ଓ ଫେନସିଂ ପ୍ରତିଯୋଗୀତା ହେବ । ଫେନସିଂ ଛାଡି ଅନ୍ୟ ସବୁ କିଟ୍‌ କ୍ୟାମ୍ପସ ୧୩ରେ ଆୟୋଜିତ ହେବ । ସକାଳ ୯ଟା ୩୦ରୁ ଆରମ୍ଭ ହୋଇଛି ଫୁଟବଲ । ୧୦ଟାରୁ ଭଲିବଲ ଓ ବାସ୍କେଟବଲ ଖେଳାଯାଉଛି । କିଟ୍‌ର ଅତ୍ୟାଧୁନିକ ଭିତ୍ତିଭୂମି ପାଇଁ ଏକା ସାଙ୍ଗରେ ଅନେକ ଇଭେଣ୍ଟ ଖେଳାଯାଇପାରିବ । ଦୁଇ ଶହ ବିଶ୍ୱବିଦ୍ୟାଳୟର ୪ ହଜାରରୁ ଅଧିକ ଖେଳାଳି ୧୭ଟି ଇଭେଣ୍ଟରେ ଭାଗ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.