Below header

ହଠାତ୍‌ ଆକାଶରୁ ବର୍ଷିଲା ‘ସୁନା’ ର ବିସ୍କୁଟ, ଘରକୁ ନେବା ପାଇଁ ଲାଗିଲା ଲୋକଙ୍କ ଭିଡ

ଗୁଜୁରାଟର ସୁରଟ ସହରର ଏକ ଗାଁରେ ସୁନାର ବର୍ଷା ହେବାର ଦେଖିବାକୁ ମିଳିବା ପରେ ଲୋକମାନେ ସୁନା ଘରକୁ ନେବା ପାଇଁ ଘରୁ ବାହାରି ରାସ୍ତାକୁ ଆସିଛନ୍ତି। ସୂଚନା ମୁତାବକ ଗତକାଲି ରାତିରୁ ସୁରଟ ବିମାନବନ୍ଦର ନିକଟ ଡୁମ୍ମସ୍‌ ଗାଁର ଲୋକମାନଙ୍କୁ ଏପରି କିଛି ଜିନିଷ ମିଳିଛି, ଯାହା ଦେଖିବାକୁ ସୁନା ଭଳି।

ରିପୋର୍ଟ ଅନୁଯାୟୀ ସୁନା ପରି ଦେଖାଯାଉଥିବା ଏହି ଧାତୁ କ’ଣ, ଏହା ରାସ୍ତାରେ ଏବଂ ନିକଟସ୍ଥ ବୁଦା ଭିତରୁ କେଉଁଠାରୁ ଆସିଛି ତାହା ବର୍ତ୍ତମାନ ଜଣା ପଡିନାହିଁ | କିନ୍ତୁ ଏହି ଜିନିଷ ଯିଏ ପାଇଛନ୍ତି ସେ ଏହାକୁ ସୁନା ଭାବି ନେଇଯାଇଛନ୍ତି। ଏହି ଖବର ଗାଁରେ ନିଆଁ ଭଳି ବ୍ୟାପିଯିବା ପରେ ଲୋକମାନେ ସୁନା ନେବା ପାଇଁ ହୁମ୍ମସ ଗାଁରେ ଜମା ହୋଇଥିଲେ। ଏପରିକି ରାତିରେ ମଧ୍ୟ ଲୋକମାନେ ସୁନା ନେବା ପାଇଁ ଟର୍ଚ୍ଚ ଧରି ସୁନା ଖୋଜିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କିଛି ଲୋକ ଏଠାରେ ରାତି ସମୟରେ ଚାଲି ଚାଲି ଯିବା ବେଳେ କିଛି ଉଜ୍ୱଳ ଜିନିଷ ପାଇଛନ୍ତି। କିଛି ଲୋକଙ୍କ କହିବାନୁଯାୟୀ, ଏହି ଚମତ୍କାର ଜିନିଷଟି ସୁନା କିମ୍ବା ପିତ୍ତଳ, ଏହାକୁ କେହି ଜାଣିନଥିବା ବେଳେ କିଛି ଲୋକ ଏହାକୁ ସୁନା ଭାବି ଖୋଜିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.