Below header

କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ: ଡୋନାଲ୍ଡ ଟ୍ରମ୍ପ

ଆମେରିକା: କରୋନା ସଂକ୍ରମିତ ହେବା ଏକପ୍ରକାର ଇଶ୍ୱରଙ୍କ ଆଶୀର୍ବାଦ । ଏହା କରୋନାରୁ ସୁସ୍ଥ ହେବା ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଂକ୍ରମିତ ହେବା ଦ୍ୱାରା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଔଷଧର ପ୍ରଭାବ ବିଷୟରେ ଜାଣିପାରିଛନ୍ତି । ଆମେରିକୀୟ କମ୍ପାନୀ ରିଜେନେରୋନ୍‌ ଦ୍ୱାରା ପ୍ରସ୍ତୁତ ଏକପ୍ରକାର ଆଣ୍ଟିବଡି ଟ୍ରମ୍ପଙ୍କୁ ଦିଆଯାଇଥିଲା ।

ତୁରନ୍ତ ସେ ସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଏହି ଚିକିତ୍ସା ସଂପୂର୍ଣ୍ଣ ସୁସ୍ଥ କରିଛି ବୋଲି ଟ୍ରମ୍ପ ଦାବି କରିଛନ୍ତି । ତାଙ୍କ ଚିକିତ୍ସା ପାଇଁ ବ୍ୟବହାର ହୋଇଥିବା ରିଜେନେରନ୍‌ ଚିକିତ୍ସା ସମସ୍ତ ଆମେରିକୀୟଙ୍କ ପାଇଁ ସେ ମାଗଣାରେ ଉପଲବ୍‌ଧ କରାଇବେ ବୋଲି କହିଛନ୍ତି । ପ୍ରଥମ କରି ତାଙ୍କ ଉପରେ ଏହି ଚିକିତ୍ସାର ପ୍ରୟୋଗ ହୋଇଥିଲା ।

Sputnik-V-1କରୋନାରୁ ସୁସ୍ଥ ହେବା ପରେ ଆସନ୍ତାକାଲି ଫ୍ଲୋରିଡାରେ ଏକ ପ୍ରଚାର ରାଲି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଟ୍ରମ୍ପ । ଯଦି ତାଙ୍କ ପାଖରେ ଆବଶ୍ୟକ ସମୟ ଥାଏ, ତେବେ ସେ ଶନିବାର ରାତିରେ ଏକ ରାଲି କରିବା ପାଇଁ ଚାହୁଁଛନ୍ତି । ପବ୍ଲିକ୍‌ ରାଲି ପାଇଁ ଟ୍ରମ୍ପ ସକ୍ଷମ ହେବା ଆବଶ୍ୟକ । କରୋନାରୁ ସୁସ୍ଥ ହେବାରେ ଆସନ୍ତାକାଲି ଟ୍ରମ୍ପଙ୍କ ୧୦ ଦିନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.