Below header

ଆଲୋକ ବର୍ମାଙ୍କ ଘର ଆଗରେ ହଙ୍ଗାମା, ଦୁଇ ଜଣଙ୍କୁ କାବୁ କଲା ପୋଲିସ

ଦିଲ୍ଲି(କେନ୍ଯୁଜ୍) : ସିବିଆଇରେ ଲାଗି ରହିଥିବା ବିବାଦ ଅଫିସ୍‌ରୁ ବାହାରି ଏବେ ରାଜରାସ୍ତାରେ ପହଞ୍ଚିଛି । ଆଜି ଆଲୋକ ବର୍ମାଙ୍କ ବାସଭବନ ଆଗରୁ ଦୁଇ ଜଣ ଅଜ୍ଞାତ ଲୋକଙ୍କୁ କାବୁ କରାଯାଇଛି । ଏହି ଦୁଇ ଜଣ ବ୍ୟକ୍ତି ଆଲୋକ ବର୍ମାଙ୍କ ଘର ଆଗରେ ହଙ୍ଗାମା କରୁଥିଲେ । ଆଲୋକ ବର୍ମାଙ୍କୁ ସୁରକ୍ଷାକର୍ମୀ ଏମାନଙ୍କୁ କାବୁ କରିବା ପରେ ପଚରାଉଚରା କରିଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ନିଜ ହେପାଜତକୁ ନେଇଛି ।

scସେପଟେ ଛୁଟିରେ ପଠାଇବାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆଲୋକ ବର୍ମା । ତାଙ୍କ ଓକିଲଙ୍କୁ ପିଟିସନ୍‌ ଫାଇଲ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.