ଏଆଇଏଡିଏମକେର ୧୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ମାଡ୍ରାସ୍ ହାଇକୋର୍ଟ

ଚେନ୍ନାଇ : ଅଯୋଗ୍ୟ ଘୋଷଣା ହେଲେ ଏଆଇଏଡିଏମକେର ୧୮ ଜଣ ବିଧାୟକ । ମାଡ୍ରାସ ହାଇକୋର୍ଟ ଆଜି ଏହି ଘୋଷଣା କରିଛନ୍ତି । ଏମାନଙ୍କୁ ତାମିଲନାଡୁ ବିଧାନସଭା ବାଚସ୍ପତି ବହିଷ୍କାର କରିଥିଲେ । ଦଳ ବଦଳ ଅଭିଯୋଗରେ ଏହି ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇଏଡିଏମକେ ପକ୍ଷରୁ ସୁପାରିଶ କରାଯାଇଥିଲା । ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ୍ ସତ୍ୟ ନାରାୟଣ ୩ୟ ବିଚାରପତି ଭାବେ ମାମଲାର ବିଚାର କରିଥିଲେ ।

madras-high-court

ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଦେଇଥିବା ରାୟକୁ କାଏମ ରଖି ଏହି ୧୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ତେବେ ଏମାନେ ବିଦା ହେବା ପରେ ମଧ୍ୟ ଶାସକ ଏଆଇଏଡିଏମକେକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାରେ କୌଣସି ସମସ୍ୟା ହେବ ନାହିଁ । କାରଣ ଏହା ପାଖରେ ଆହୁରି ୧୦୯ ଜଣ ବିଧାୟକ ଅଛନ୍ତି । ଯଦି ବି ଅନାସ୍ଥା ଭୋଟ୍ ‘ଟାଇ’ ରହେ ତେବେ ସେମାନେ ବାଚସ୍ପତିଙ୍କ ସମର୍ଥନ ଲୋଡ଼ି ପାରିବେ । ଅବଶ୍ୟ ଆଜିର ଏହି ରାୟ ବିରୋଧରେ ଅଯୋଗ୍ୟ ଘୋଷିତ ବିଧାୟକମାନେ ସୁପ୍ରିମ କୋର୍ଟରେ ଆବେଦନ କରି ପାରିବେ ।

Leave A Reply

Your email address will not be published.