ଲେସବିଆନ୍ ତନୁଶ୍ରୀ ମୋ ସହ କରିଛନ୍ତି ଦୁଷ୍କର୍ମ : ଡ୍ରାମା କୁଇନ୍ ରାକ୍ଷୀଙ୍କ ଚାଂଚଲ୍ୟକର ବୟାନ୍

ଲେସବିଆନ୍ ହେଉଛନ୍ତି ତନୁଶ୍ରୀ ଦତ୍ତ। ଆଉ ରାକ୍ଷୀ ସାୱନ୍ତଙ୍କୁ ଦୁଷ୍କର୍ମ ମଧ୍ୟ କରିଛନ୍ତି । ତେବେ ଏକଥା ଆମେ କହୁନୁ । କହିଛନ୍ତି ନିଜେ କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ । ଆଉ ଏବେ #MeToo ମୁଭମେଂଟ ଚଲାଉଥିବା ତନୁଶ୍ରୀଙ୍କ ବିରେଧରେ #SheToo  ଅଭିଯାନ ଆରମ୍ଭ କରିବେ ରାକ୍ଷୀ । କେବଳ ସେତିକି ନୁହେଁ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରି #MeToo ର ମଜାକ୍ ଉଡାଇଛନ୍ତି ରାକ୍ଷୀ ।

ସୂଚନାଯୋଗ୍ୟ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । ଆଉ ଏହି ମାମଲାରେ ନାନା ପଟେକରଙ୍କୁ ସମର୍ଥନ କରି ତନୁଶ୍ରୀଙ୍କୁ ରାକ୍ଷୀ ଜଣେ ଡ୍ରଗ୍ସ ଆଡିକ୍ଟେଡ୍ ବୋଲି କହିଥିଲେ । ଯାହା ପରେ ରାକ୍ଷୀଙ୍କ ବିରୋଧରେ ୫୦ କୋଟିର ମାନହାନୀ କେସ୍ କରିଥିଲେ । ଏହା ପରେ ତନୁଶ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ରାକ୍ଷୀ କହିଥିଲେ ମୁଁ ବହୁତ ଦୁଃଖି ଯେ ତନୁଶ୍ରୀ ମୋ ବିରୋଧରେ ମାନହାନୀ କେସ୍ କରିଛନ୍ତି । ସର୍ବ ପ୍ରଥମେ ଆରମ୍ଭ ତନୁଶ୍ରୀ ହିଁ କରିଥିଲେ । ସବୁ ଗଣମାଧ୍ୟମରେ ମତେ ମିଡିଲ୍ କ୍ଲାସ୍ ଝିଅ ବୋଲି କହିଛନ୍ତି ତନୁଶ୍ରୀ । ମୁଁ ଜଣେ ହିନ୍ଦୁ ନାରୀ । ମୁଁ ମୋ କାହାଣୀ କାହାକୁ କହିବାକୁ ଚାହୁଁ ନଥିଲି । କିନ୍ତୁ ଆଜି ଚୁପ୍ ରହିବିନି ।

ଏସବୁ କହିବା ପରେ ରାକ୍ଷୀ କହିଥିଲେ #MeToo , #MeToo ବହୁତ ହେଲା ଏବେ ହେବା #SheToo ଉଚିତ୍ । ମୋ ସହ ତନୁଶ୍ରୀ ୧୨ ବର୍ଷ ପୂର୍ବେ ଦୁଷ୍କର୍ମ କରିଛନ୍ତି । ସେ ଜଣେ ଲେସବିଆନ୍ । ଭିତରୁ ଜଣେ ପୁଅ ପିଲା ହୋଇଥିବାରୁ ନିଜ ଚୁଟି କାଟି ଛୋଟ କରିଛନ୍ତି ତନୁଶ୍ରୀ । ମତେ ଏସବୁ କହିବାକୁ ଭଲ ଲାଗୁନି । ଜଣେ ଝିଅ ହୋଇଥିବାରୁ ମୋ ଆଖିରେ ଲୁହ ଅଛି । ଆଜି ଯାଏଁ ଚୁପ୍ ଥିଲି। କିନ୍ତୁ ବଲିଉଡକୁ ଏପରି ବଦନାମ୍ କରାଯାଉଛି ଯେ ମୁଁ ବାଧ୍ୟ ହୋଇ ମୁହଁ ଖୋଲିଲି । ଏହା ସହ ରାକ୍ଷୀ ଆହୁରୀ କହିଛନ୍ତି ତନୁଶ୍ରୀଙ୍କୁ ଅଙ୍ଗୁର ମିଳିପାରିଲାନି ବୋଲି ଆଜି ମିଡିଆ ମିଡିଆ ଖେଳୁଛନ୍ତି ।

#MeToo କୁ ଥଟ୍ଟା କରି ରାକ୍ଷୀ ସେୟାର୍ କରିଥିବା ଭିଡିଓ ଦେଖନ୍ତୁ : 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.