Below header

ଏମିତି ଏକ ଦମ୍ପତି ଯିଏ ମାଗଣାରେ ବେକାର ଯୁବତୀଙ୍କୁ ଦେଉଛନ୍ତି ପଟ୍ଟଚିତ୍ର ଅାଙ୍କିବାର ପ୍ରଶିକ୍ଷଣ

ନିମାପଡା(କେନ୍ଯୁଜ୍) : ଚାଲିଛି ସୁନ୍ଦର ସୁନ୍ଦର ପଟ୍ଟଚିତ୍ର ଅଙ୍କନ। ମନ ଧ୍ୟାନ ଦେଇ ସମସ୍ତେ ଲାଗିପଡିଛନ୍ତି କାମରେ । ପୌରାଣିକ କଥାବସ୍ତୁ ସହ ଓଡ଼ିଶାର ବିଭିନ୍ନ ପର୍ବ ପର୍ବାଣୀକୁ ଚିତ୍ର ମାଧ୍ୟମରେ କାରିଗର ଦେଉଛନ୍ତି ଜୀବନ୍ତ ରୂପ ।

p1ଇଏ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡାର ଶରତ ପ୍ରଧାନ । ଯିଏ ନିଜେ ଚିତ୍ର ଆଙ୍କିବା ସହିତ ଗାଁର ବେକାର ଯୁବତୀଙ୍କୁ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ । ଦେଖାଇଛନ୍ତି ରୋଜଗାରର ବାଟ । ଶରତଙ୍କ ସାଥ୍‌ ଦେଉଛନ୍ତି ତାଙ୍କ ସ୍ତ୍ରୀ ସୌଦାମିନୀ ।

p5୧୯୮୨ରୁ ଶରତ ଆରମ୍ଭ କରିଥିଲେ ପଟ୍ଟଚିତ୍ର ତିଆରି । ୨୦୧୦ରୁ ସେ ଭୋଳାନାଥ ହସ୍ତଶିଳ୍ପ ପଟ୍ଟଚିତ୍ର ପ୍ରଶିକ୍ଷଣ ଶିବିର ଗଢିଥିଲେ । ସବୁଦିନ ଘର କାମ ସାରି ଝିଅମାନେ ପହଞ୍ଚିଯାନ୍ତି ଏହି ଶିବିରକୁ । ରଙ୍ଗତୁଳି ଧରି କାମରେ ଲାଗିପଡନ୍ତି । ଆଙ୍କି ଚାଲନ୍ତି ସୁନ୍ଦର ସୁନ୍ଦର ପଟ୍ଟଚିତ୍ର । ଶରତ ଓ ସୌଦାମିନୀ ଉପସ୍ଥିତ ରହି ଏମାନଙ୍କୁ ପଟ୍ଟଚିତ୍ର କାମ ଶିଖାଇଥାନ୍ତି । ବର୍ତ୍ତମାନ ଆଖପାଖ ୫ଟି ଗାଁର ବେକାର ଯୁବତୀଙ୍କୁ ଏହି ଦମ୍ପତ୍ତି କାମ ଶିଖାଉଛନ୍ତି । ଯୁବତୀମାନେ ଘରେ ନବସି ଏବେ ପଟ୍ଟଚିତ୍ର ଆଙ୍କି କିଛି ରୋଜଗାର କରିପାରୁଛନ୍ତି ।

p4ଶରତଙ୍କ ହାତ ସ୍ପର୍ଶ ମାତ୍ରକେ ଜୀବନ୍ତ ଲାଗନ୍ତି ଚିତ୍ର ସବୁ । କେବଳ ରାଜ୍ୟ ନୁହେଁ ଦେଶ ବିଦେଶରେ ଏହି ଚିତ୍ର ବିକି ନିଜ ନାଁ କରିପାରିଛନ୍ତି ଶରତ । ୨୦୧୨ ମସିହାରେ ଜାତୀୟ ଶ୍ରେଷ୍ଠ ପୁରସ୍କାର ଓ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର, ୨୦୧୬ରେ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଛନ୍ତି ଶରତ । ସ୍ତ୍ରୀ ସୌଦାମିନୀ ବି ପଛରେ ନାହାନ୍ତି । ୨୦୧୩ରେ ଜାତୀୟ ହସ୍ତଶିଳ୍ପ ପୁରସ୍କାର, ୨୦୧୪ରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ସହିତ ଅନେକ ରାଜ୍ୟ ଓ ଜାତୀୟ ପୁରସ୍କାର ପାଇଛନ୍ତି ।

p2ତେବେ ଏହି ଆଧୁନିକ ଯୁଗରେ ପଟ୍ଟଚିତ୍ରର ଚାହିଦା କମୁଥିବା ବେଳେ ପରିଶ୍ରମ ତୁଳନାରେ ପାରିଶ୍ରମିକ ଖୁବ୍‌ କମ । ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ଶିଳ୍ପ ଆହୁରୀ ଆଗକୁ ବଢିପାରନ୍ତା । କିନ୍ତୁ ଯାହାବି ହେଉ ଶରତ ଓ ସୌଦାମିନୀଙ୍କ ଏହି ଉଦ୍ୟମ ନିହାତି ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.