Below header

ଏ ବ୍ୟକ୍ତି ଜଣଙ୍କୁ ବୟସ ୬୬ ଆଉ ବାହା ହୋଇଛନ୍ତି ୮୭ ଥର, ଜାଣନ୍ତୁ ବାହାଘର ପଛର ରହସ୍ୟ

ବୟସ ତାଙ୍କର ୬୬ ବର୍ଷ । ଆଉ ସେ ୮୭ଥର ବାହା ହୋଇ ସାରିଛନ୍ତି । ଏବେଏଇ ବୟସରେ ୮୮ତମ ବିବାହ କରିବାକୁ ଯାଉଛନ୍ତି । ଅର୍ଥାତ୍‌ ତାଙ୍କ ବୟସ ଯେତିକି ନୁହେଁ ତାଠାରୁ ଅଧିକ ବାହା ହୋଇଛନ୍ତି ଏହି ବ୍ୟକ୍ତି ଜଣକ । ପୁଣି ସେ ତାଙ୍କ ପ୍ରଥମ ପତ୍ନୀ ତାଙ୍କ ଠାରୁ ବୟସରେ ବଡ଼ ଥିଲେ ।

ଆସନ୍ତୁ ଭଲ ଭାବେ ଜାଣିବା ଏହି ମଜାଦାର ବ୍ୟକ୍ତିଙ୍କ ସମ୍ପର୍କରେ । ଏ ବାବୁ ଜଣକ କାହିଁକି ଏଭଳି କରୁଛନ୍ତି ଜାଣନ୍ତି କି ? ତାଙ୍କ ମନରେ ଏକ ଭଲ ଚିନ୍ତାଧାରା ରହିଛି । ସେ କହିଛନ୍ତି କି କୌଣସି ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ଅପେକ୍ଷା ତାଙ୍କୁ ବାହା ହୋଇ ପଡ଼ିବା ଭଲ । ଅବଶ୍ୟ ଏହି ବାହାଘରରେ ଆଉ ଏକ ରହସ୍ୟ ମଧ୍ୟ ରହିଛି । ଆମ କାହାଣୀର ଏହି ନାୟକ ଜଣକ ଏପର୍ଯ୍ୟନ୍ତ ବାହା ହୋଇଥିବା ୮୭ ବିବାହରୁ ସେ ୮୬ ଥର ବାହା ହୋଇଛନ୍ତି ତାଙ୍କର ପୂର୍ବତନ ପତ୍ନୀମାନଙ୍କୁ ।

ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଅଞ୍ଚଳରେ ରହୁଛନ୍ତି ଏହି ଅଦଭୁତ ଚିନ୍ତାଧାରାର ବ୍ୟକ୍ତି । ତାଙ୍କ ନାଁ ହେଉଛି କାନ୍‌ । ତାଙ୍କ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ସେ ପ୍ରଥମଥର ବିବାହ କରିଥିଲେ । ସେତେବେଳେ ତାଙ୍କ ପତ୍ନୀ ତାଙ୍କ ଠାରୁ ବୟସରେ ଦୁଇ ବର୍ଷ ବଡ଼ ଥିଲେ । ତେବେ କାନ୍‌ଙ୍କ ଖରାପ ବ୍ୟବହାର ଯୋଗୁଁ ଦୁଇ ବର୍ଷ ପରେ ପ୍ରଥମ ପତ୍ନୀ ତାଙ୍କ ଠାରୁ ଛାଡ଼ପତ୍ର ନେଇ ଯାଇଥିଲେ ।
ଅବଶ୍ୟ କାନ୍‌ କହନ୍ତି କି ଅଲଗା ହୋଇଥିଲେ ମଧ୍ୟ ପୂର୍ବ ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇ ନାହିଁ । ସେମାନଙ୍କ ଭିତରେ ମଧୁର ସମ୍ପର୍କ ରହିଛି । କାନ୍‌ଙ୍କ କହିବା କଥା ହେଉଛି, ଯଦି କୌଣସି ପୂର୍ବତନ ପତ୍ନୀ ତାଙ୍କ ନିକଟକୁ ଫେରିବାକୁ ଚାହୁଁଛନ୍ତି ତେବେ ସେ ମନା କରନ୍ତି ନାହିଁ । ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ସେ ଆଧ୍ୟାତ୍ମିକ ଦିଗରେ ଯାଇଥିଲେ । ଅବଶ୍ୟ ଲକ୍ଷ୍ୟ ଥିଲା ମହିଳାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା । ହେଲେ କାନ୍‌ କୁହନ୍ତି କି ମହିଳାମାନଙ୍କ ଭାବନା ସହ ଖେଳିବାକୁ ସେ ଆଦୌ ଚାହାନ୍ତି ନାହିଁ । ତେଣୁ ତା ଅପେକ୍ଷା ସେମାନଙ୍କ ସହ ବିବାହ କରି ସମ୍ପର୍କ ରଖିବା ଭଲ ବୋଲି ସେ କହିଛନ୍ତି । ଏଥର ବି ସେ ନିଜର ଜଣେ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କ ସ୍ଥାନୀୟ ଲେକେ ପ୍ଲେବଏ କିଙ୍ଗ ବୋଲି କୁହନ୍ତି ।

ପେସାରେ କାନ୍‌ ହେଉଛନ୍ତି ଜଣେ ଚାଷୀ । ନିଜ ଗାଁରେ ଏକା ହିଁ ରୁହନ୍ତି । ତାଙ୍କର ବାପା ମା’ଙ୍କର ସ୍ୱର୍ଗବାସ ହୋଇ ସାରିଥିବା ବେଳେ ଏକମାତ୍ର ଭଉଣୀ ବାହା ହୋଇ ଇଣ୍ଡୋନେସିଆରେ ରହୁଛନ୍ତି । ଆଉ ଗୋଟିଏ ମଜାଦାର କଥା ହେଉଛି କାନ୍‌ଙ୍କର କୌଣସି ମ୍ୟାରେଜ ସାର୍ଟିଫିକେଟ୍‌ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.