ପରିବାର ସହ ବୁଲି ଆସି କୂଅରେ ପଡିଲା ମାଈହାତୀ, ସକାଳକୁ ହେଲା ମୃତ୍ୟୁ

ରାଇରଙ୍ଗପୁର(କେନ୍ୟୁଜ୍): କୂଅରେ ପଡ଼ି ମାଇ ହାତୀର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ସାରଣ୍ଡା ଜଙ୍ଗଲ ନିକଟ ଦଳେଇଡ଼ିହି ଗ୍ରାମରେ। ସୁଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ୧୨ଟିକିଆ ହାତୀପଲ ଗାଁ ନିକଟକୁ ଆସିଥିଲେ।ତେବେ ଗୋଟେ ମାଈ ହାତୀ ଗାଁ ନିକଟ କୂଅରେ ପଡି ଯାଇଥିଲା। ଅନ୍ୟ ହାତୀମାନେ ଅନେକ ସମୟ ପର୍ଯ୍ୟନ୍ତ କୂଅ ପାଖରେ ଜଗି ରହିଥିଲେ ମଧ୍ୟ ଉଦ୍ଧାର କରିନପରି ଶେଷରେ ସ୍ଥାନ ଛାଡି ଜଙ୍ଗଲକୁ ପଳାଇଥିଲେ। ଗାଁ ଲୋକେ ଆଜି କୂଅରେ ହାତୀ ପଡ଼ିଥିବା ଦେଖି ବନବିଭାଗକୁ ଜଣାଇଥିଲେ ।
ଜଙ୍ଗଲ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ମୃତ ହାତୀକୁ କୂଅରୁ ଉଦ୍ଧାର କରିଥିଲେ। ପୋଷ୍ଟମାର୍ଟମ ପରେ ହାତୀଟିକୁ ଗାତରେ ପୋତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଇରଙ୍ଗପୁର ACF ନବୀନ ଚନ୍ଦ୍ର ନାଏକ ।